ମହାନଗର

ପରଲୋକରେ ଶିବରତନ ଅଗ୍ରଓ୍ବାଲ, ଛାଡ଼ି ଦେଇଗଲେ ହଜାରେ କୋଟିର ସାମ୍ରାଜ୍ୟ

ନୂଆଦିଲ୍ଲୀ: ବିକାଜୀ ଗ୍ରୁପର ଚେୟାରମ୍ୟାନ ଏବଂ ପରିଚାଳନା ନିର୍ଦ୍ଦେଶକ ଶିବ ରତନ ଅଗ୍ରଓ୍ବାଲଙ୍କ ପରଲୋକ। ଗୁରୁବାର ସକାଳେ ଚେନ୍ନାଇରେ ତାଙ୍କର ପରଲୋକଙ୍କ ଘଟିଛି। ସେ ନିଜ ପତ୍ନୀଙ୍କ ଚିକିତ୍ସା ପାଇଁ ପରିବାର ସହ ସେଠାରେ ରହିଥିଲେ। କିନ୍ତୁ ସକାଳେ ହଠାତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଯାହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ବଞ୍ଚାଇପାରିନଥିଲେ।

ପାରିବାରିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିକଟରେ ତାଙ୍କ ପତ୍ନୀଙ୍କ ହାର୍ଟ ବାଇପାସ୍ ସର୍ଜରୀ ହୋଇଥିଲେ। ଡାକ୍ତର ତାଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦେଇଥିଲେ। ଏହି କାରଣରୁ ପ୍ରାୟ ୧୦ ଦିନରୁ ସେ ଚେନ୍ନାଇରେ ରହୁଥିଲେ। ହେଲେ ଗୁରୁବାର ସକାଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଛୋଟ ବ୍ୟବସାୟରୁ ଗ୍ଲୋବାଲ ବ୍ରାଣ୍ଡର ଯାତ୍ରା

ଶିବରତନ ଅଗ୍ରଓ୍ବାଲ ୧୯୯୩ରେ ବିକାନେରେ ବିକାଜୀ ଫୁଡ୍ସ ଇଣ୍ଟରନ୍ୟାସନାଲର ମୁଳଦୂଆ ରଖିଥିଲେ। ଅବଶ୍ୟ ତାଙ୍କ ବ୍ୟବସାୟର ଯାତ୍ରା ଏହା ପୂର୍ବରୁ ଆରମ୍ଭ ହୋଇଯାଇଥିଲା। ପରିବାର ପାରମ୍ପରିକ ବ୍ୟବସାୟ ହଲଦୀରାମ ଠାରୁ ଅଲଗା ହେବା ପରେ ସେ ନିଜ ରାସ୍ତା ବାଛିଥିଲେ ଆଉ ବିକାନେରରେ ଶିବଦୀପ ଫୁଡ୍ସ ପ୍ରୋଡକ୍ଟସ ନାଁରେ ଭୁଜିୟା ବ୍ୟବସାୟ ଆରମ୍ଭ କରିଥିଲେ। ତାଙ୍କ ଚିନ୍ତାଧାରା ଥିଲା ଭାରତୀୟ ସ୍ବାଦକୁ ଏକ ନୂଆ ପରିଚୟ ଦେବା। ଏହି ଚିନ୍ତାଧାରା ସହ ସେ ନିଜ ବ୍ରାଣ୍ଡର ନାଁ ମଧ୍ୟ ବିକାଜୀ ରଖିଥିଲେ। ଯାହା ବିକାନେର ସହରର ସଂସ୍ଥାପକ ରାଓ ବିକାଙ୍କ ନାଁରୁ ପ୍ରେରିତ।

୮ମ ଯାଏ ପଢ଼ିଥିଲେ ଶିବରତନ

୮ମ ଶ୍ରେଣୀ ଯାଏ ପାଠପଢ଼ିଥିବା ଶିବରତନ ଅଗ୍ରଓ୍ବାଲ ନିଜ ସୃଜନଶୀଳତା ଏବଂ ପରିଶ୍ରମ ବଳରେ ଏକ ବଡ଼ ବ୍ରାଣ୍ଡ ମୂଳଦୁଆ ରଖିଥିଲେ। ବ୍ୟବସାୟ ଆରମ୍ଭ କରିବା ସମୟରେ ସେ ଅନେକ ଦେଶ ଗସ୍ତ କରିଥିଲେ ଆଉ ସେଠାରେ ଟେକ୍ନୋଲୋଜିକୁ ବୁଝିଥିଲେ। ଏହି ସମୟରେ ସେ ଭୁଜିୟା ସଂପୂର୍ଣ୍ଣ ଭାବେ ହାତରେ ହିଁ ପ୍ରସ୍ତୁତ କରାଯାଉଥିଲା। କିନ୍ତୁ ସେ ମେସିନ ଦ୍ବାରା ଉତ୍ପାଦନର ନୂଆ ସିଷ୍ଟମ ପ୍ରସ୍ତୁତ କରିଥିଲେ। ବିକାଜୀ ଦେଶର ପ୍ରଥମ ଏଭଳି ବ୍ରାଣ୍ଡ ହୋଇଥିଲା, ଯିଏ ମେସିନରେ ଭୁଜିୟା ତିଆରି କରିବା ଆରମ୍ଭ କରିଥିଲା। ଏହାଦ୍ବାରା ଉତ୍ପାଦନ ବଢ଼ିଥିଲା ଏବଂ ଗୁଣବତ୍ତାରେ ମଧ୍ୟ ସୁଧାର ହୋଇଥିଲା।

ଅନ୍ତର୍ଜାତୀୟ ମାର୍କେଟରେ ମଧ୍ୟ ଦୃଢ଼ ସ୍ଥିତି

ବିକାଜୀ ଆଜି କେବଳ ଭାରତ ହିଁ ନୁହେଁ, ବରଂ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ନିଜର ମଜଭୁତ ପରିଚୟ କରିପାରିଛି। କମ୍ପାନି ଏହାର ଉତ୍ପାଦର ଗୁଣବତ୍ତା, ପ୍ୟାକେଜିଂ ଏବଂ ବିଶ୍ବମାନର ମଧ୍ୟ ଧ୍ୟାନ ରଖିଥାଏ। ଶିବରତନ ଅଗ୍ରଓ୍ବାଲଙ୍କ ପରଲୋକ ସ୍ନାକ୍ସ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ କ୍ଷତି। ସେ କେବଳ ଏକ ସଫଳ ବ୍ୟବସାୟ ଛିଡ଼ା କରିଥିଲେ ତାହା ନୁହେଁ ବରଂ ଭାରତୀୟ ସ୍ବାଦକୁ ଦୁନିଆରେ ପରିଚୟ ଦେବାରେ ମଧ୍ୟ ବଡ଼ ଭୂମିକା ନେଇଥିଲେ।

ସୌଜନ୍ୟ Prameya News7

Show More
Back to top button