ୱାସିଂଟନ: ଆମେରିକା ନୌସେନା ଏହାର ତୃତୀୟ ଯୁଦ୍ଧଜାହାଜ ୟୁଏସ୍ଏସ୍ ଜର୍ଜ ଏଚ୍ଡବ୍ଲ୍ୟୁ ବୁଶ୍ ଭାରତ ମହାସାଗରରେ ମୁତୟନ କରିଛି। ଏହାପୂର୍ବରୁ ୟୁଏସ୍ଏସ୍ ଜେରାଲ୍ଡ ଆର୍ ଫୋର୍ଡ ଲୋହିତ ସାଗର ଓ ୟୁଏସ୍ଏସ୍ ଆବ୍ରାହମ ଲିଙ୍କନ ମଧ୍ୟ ଏହି ଅଞ୍ଚଳରେ ମୁତୟନ ହୋଇଛି। ଆମେରିକା ସେନା ଗୁରୁବାର ୟୁଏସ୍ଏସ୍ ଜର୍ଜ ଏଚ୍ଡବ୍ଲ୍ୟୁ ବୁଶ୍ ମଧ୍ୟପ୍ରାଚ୍ୟକୁ ଆସିଥିବା ସ୍ପଷ୍ଟ କରିଥିଲା।ଆମେରିକା ଓ ଇରାନ ମଧ୍ୟରେ ଦୁଇ ସପ୍ତାହ ଯୁଦ୍ଧବିରତି ଆମେରିକା ପକ୍ଷରୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲ ଓ ଲେବାନନ୍ ମଧ୍ୟରେ ୩ ସପ୍ତାହ ଯୁଦ୍ଧବିରତି ଘୋଷଣା ହୋଇଥିବା ହ୍ବାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଗୁରୁବାର ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ଇସ୍ରାଏଲରେ ଅବସ୍ଥାପିତ ଆମେରିକା ପ୍ରତିନିଧି ମାଇକ୍ ହକାବି କହିଛନ୍ତି ଯେ, ହିଜବୁଲ୍ଲା ଛୋଟ ପିଲା ପରି ପଥର ମାରୁଛି। ଇସ୍ରାଏଲ ଉପରେ ହିଜବୁଲ୍ଲା ଆକ୍ରମଣ ସମ୍ପର୍କରେ ସେ ଏହି ମତ ପ୍ରଦାନ କରିଛନ୍ତି।
ସୌଜନ୍ୟ ସମ୍ବାଦ

