Amco-Simco Beauty: ସହିଦ ଦିବସରେ ଆମ୍‌କୋସିମ୍‌କୋ ସୌନ୍ଦର୍ଯ୍ୟ ଚିନ୍ତା: ୩. ୯୯ କୋଟି ଖର୍ଚ୍ଚ, ସରୁୂନି କାମ

ରାଉରକେଲା: ଆସନ୍ତା ୨୫ରେ  ଆମ୍‌କୋ ସିମ୍‌କୋ ସହିଦ ଦିବସ। ପାଳନ ହେବାକୁ ଯାଉଥିବା ଶ୍ରଦ୍ଧାଞ୍ଜଳି ସଭାକୁ ନେଇ ଆଜି ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିସ୍ତୃତଆଲୋଚନାହୋଇଛି। ଆମ୍‌କୋ ସିମ୍‌କୋ ସହିଦ ସ୍ମୃତିକମିଟିର ଅଧ୍ୟକ୍ଷ ତଥା ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ଉପାଧ୍ୟକ୍ଷ ପ୍ରଫେସର ବିଜୟ କୁମାର ଟପ୍ପୋ, ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ,  ବୀରମିତ୍ରପୁରର ପୁର୍ବତନ ବିଧାୟକ ଶଙ୍କର ଓରାମ, ବିରମିତ୍ରପୁର ପୈାରାଧ୍ୟକ୍ଷ ସନ୍ଦିପ ମିଶ୍ର, ପୁର୍ବତନ ବ୍ଳକ ଅଧ୍ୟକ୍ଷ ସୁଷମା ନାୟକ, ପୁର୍ବତନ ବ୍ଳକ ଉପାଧ୍ୟକ୍ଷ ଏସ.ଏସ.ସାହୁ, ପିଏ. ଆଇଟିଡିଏ ବିକ୍ରାଣି କିସପଟ୍ଟା, ବୀରମିତ୍ରପୁର ପୈାରନିର୍ବାହୀ ଅଧିକାରୀ ୟାସେର ଅହମ୍ମଦ, ବୀରମିତ୍ରପୁର ତହସିଲଦାର ଗୈାରୀ ନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ  ସୀମା ଫତିମା ଏକ୍କା,  ବରିଷ୍ଠ ସଦସ୍ୟ ଫ୍ଲାବିଆନୁସ ଏକ୍କା, ମଧୁସୂଦନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ନିଷ୍ପତ୍ତି ଅନୁଯାୟୀ ସକାଳ ୮ଟା ବ୍ରାହ୍ମଣମରାର ଶହୀଦମାନଙ୍କ ସମାଧିସ୍ଥଳ  ଓ  ୯ଟାରେ ରାଏବୋଗାସ୍ଥ ଆମ୍‌କୋ ସିମ୍କୋ ସ୍ମତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ସମୟରେ ଆମ୍କେ–ସିମ୍କୋ ସ୍ମୃତି ପୀଠରେ  ଶ୍ରଦ୍ଧାଂଜଳୀ ଅର୍ପଣ କରାଯିବ। ବେଦବ୍ୟାସ ଛକରେ ସହିଦ ନିର୍ମଳ ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବର୍ଷ ବର୍ଷ ଧରି ଖାଁ ଖାଁ ରହୁଥିବା ଆମ୍‌କୋ ସିମ୍‌କୋ ସହିଦ ପୀଠକୁ ଚଳଚଞ୍ଚଳ କରିବାକୁ ଦୈନିକ ବସ୍‌ ଗଡିବ। ସେଠାରେ ପର୍ଯ୍ୟଟକମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା ପାଇଁ ଏକକାଳୀନ ୨୦୦ ଲୋକ ବସିଲା ଭଳି କ୍ୟାଫେ୍‌ ଖୋଲାଯିବାକୁ ପ୍ରସ୍ତାବ ଗୃହିତ ହୋଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଫାଣ୍ଡି, ରାଏବୋଗା ପ୍ରବେଶ  ସୌନ୍ଦର୍ଯ୍ୟ ଗେଟ୍‌ ନିର୍ମାଣ କରିବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଏଥିସହ ଆମ୍‌କୋ–ସିମକୋ ସ୍ମୃତି ପୀଠରେ ୧୦୦ ଫୁଟର ଏକ ତ୍ରିରଙ୍ଗା ପତାକା ଶିଘ୍ର ପ୍ରସ୍ତୁତ କରିବା ପାଇଁ ପିଏ ଆଇଟିଡିଏକୁ ଅନୁରୋଧ କରାଯାଇଛି।

ବ୍ରାହ୍ମଣମରା ସମାଧୀସ୍ଥଳକୁ ସରକାର ଓ ପ୍ରଶାସନ ଭୁଲିଯାଇଛି

ଅନ୍ୟପଟେ ଆମ୍‌କୋ ସିମ୍‌କୋ ସହିଦ ପୀଠର ସୌନ୍ଦର୍ଯ୍ୟକରାଯାଉଥିବାବେଳେ ବ୍ରାହ୍ମଣମରା ସମାଧୀସ୍ଥଳକୁ ସରକାର ଓ ପ୍ରଶାସନ ଭୁଲିଯାଇଛି। ନିକଟରେ ବୀରମିତ୍ରପୁର ପୌରପାଳିକାର ସ୍ବଳ୍ପ ପାଣ୍ଠିରେ ରାସ୍ତା ନିର୍ମାଣ କାମ ଚାଲିଛି। ସ୍ମୃତିଫଳକ ନିର୍ମାଣ ‌‌ହୋଇଛି। ଆମ୍‌କୋ ସିମ୍‌କୋ ସହିଦ ପୀଠର ବିକାଶ ପାଇଁ  ୩ କୋଟି  ୯୯ ଲକ୍ଷ ୫୭ ହଜାର ଟଙ୍କା ଆସିଛି। ଗତ ୨୪ ଡି‌ସେମ୍ବର ୨୦୨୦ରୁ  କାମ ଚାଲିଛି, କିନ୍ତୁ ଆଜି ପର୍ଯ୍ୟନ୍ତ ସରୁନି। କେବଳ ସହିଦ ଦିବସରେ ଆମ୍‌କୋ ସିମ୍‌କୋ ସହିଦମାନଙ୍କ କଥା ମନେ ପଡୁଛି। କେମିତି ଏହି ପର୍ଯ୍ୟଟନସ୍ଥଳକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରିବ, ସେ ଦିଗରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ସ୍ଥାନୀୟଲୋକଙ୍କ ପକ୍ଷରୁ ଅଭିଯୋଗ ହେଉଛି।

ସୌଜନ୍ୟ ସମ୍ବାଦ