Breaking

Bhadrak News: ପୁଅ ପାଇଁ ପାଣି ନେଇଯାଉଥିବା ବେଳେ ଭାସିଗଲେ ମାଆ: ନାତୁଣୀ ସହ ସଲିଳ ସମାଧୀ, ୨ ମୃତ

Bhadrak News: ନଈ ପାର ବେଳେ ପାଣିରେ ବୁଡ଼ି ଚାଲିଗଲା ଜେଜେ ମା’ ନାତୁଣୀଙ୍କ ଜୀବନ। ନଈ ଗଣ୍ଡରେ ପଡିଯିବାର ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଭଳି ହୃଦୟବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ତଳ ଗୋପବିନ୍ଧା ଗାଁରେ। ସୂଚନା ଅନୁଯାୟୀ ଜେଜେ ମା ଦ୍ରୌପଦୀ ବେହେରା ଓ ତାଙ୍କ ନାତୁଣୀ ଲକ୍ଷ୍ମୀ ପ୍ରିୟା ବେହେରା ସାଳନ୍ଦୀ ନଦୀ ପାର ହେଉଥିଲେ। ଏହି ସମୟରେ ଅସାବଧାନତା ବଶତ ନଈର ଗଣ୍ଡରେ ପଡ଼ିଯାଇଥିବା ଥିଲେ।

ପ୍ରଥମେ ଜେଜେମାନ ନଈ ଗଣ୍ଡରେ ବୁଢ଼ିଯାଇଥିଲେ। ଏହା ଦେଖି ନାତୁଣୀ ବଞ୍ଚାଇବା ପାଇଁ ଯାଇ ନିଜେ ଗଣ୍ଡ ଭିତରକୁ ଚାଲିଯାଇଥିଲେ। ଫଳରେ ଦୁଇ ଜଣ ନଈରେ ବୁଡି ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଲୋକେ ଖବର ପାଇବା ପରେ ଉଭୟଙ୍କୁ ଉଦ୍ଧାର କରି ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଦ୍ରୋପଦୀ ବେହେରାଙ୍କ ପୁଅ ଉମାକାନ୍ତ ବେହେରାଙ୍କ କହିବା ଅନୁସାରେ ପୁଅ ପାଖକୁ ପାଣି ନେଇଯିବା ବେଳେ ଦ୍ରୌପଦୀ ଓ ନାତୁଣୀ ଭାସିଯାଇଥିଲେ। ଏହାପରେ ଘର ଲୋକେ ଫୋନ୍ କରି ଜଣାଇବା ପରେ ଉମାକାନ୍ତ ବେହେରା ବିଲରୁ ଆସି ନଦୀରେ ଖୋଜାଖୋଜି କରିଥିଲେ। ଏହାପରେ ଦୁଇ ଜଣଙ୍କୁ ନଦୀରୁ ଉଦ୍ଧାର କରିଥିଲେ। ଡ୍ରୋଜର ନଦୀ ଖୋଳି ଦେଇଥିବାରୁ ଗଣ୍ଡରେ ପଡ଼ି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଉମାକାନ୍ତ କହିଛନ୍ତି।

ସୌଜନ୍ୟ Prameya News7

Show More
Back to top button