Breakingଦେଶ ବିଦେଶ

Petrol pump: ପେଟ୍ରୋଲ୍‌ ପମ୍ପମାନଙ୍କୁ କଡ଼ା ତାଗିଦ୍‌: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ୍‌ ବିକ୍ରି ମନା

ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସମୁଦ୍ର ପଥରେ ତେଲ ଆସି ପାରୁନାହିଁ। ତଥାପି ଆଜି ପର୍ଯ୍ୟନ୍ତ ପେଟ୍ରୋଲ୍‌ ଓ ଡିଜେଲ୍‌ର କୌଣସି ଅଭାବ ଦେଖାଦେଇନାହିଁ। ହେଲେ ନିୟମିତ ବ୍ୟବଧାନରେ ଏଭଳି କିଛି କଟକଣା ସାମନାକୁ ଆସୁଛି, ଯାହା ତେଲବଜାର ଉପରେ ଥିବା ଭିତିରି ଚାପକୁ ପଦାରେ ପକାଇଦେଉଛି। ସେଭଳି ଏକ କଟକଣା ଓଡ଼ିଶାରେ ଲାଗୁ ହୋଇଛି। କୌଣସି ଘରୋଇ କମ୍ପାନି ନୁହେଁ, ବରଂ ସରକାରୀ ତୈଳ କମ୍ପାନିଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ୍‌ (ଏମ୍‌ଏସ୍‌) ଓ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍‌ ଡିଜେଲ୍ (ଏଚ୍‌ଏସ୍‌ଡି) ବିକ୍ରି ଉପରେ ରୋକ୍‌ ଲଗାଇଛନ୍ତି। ପେଟ୍ରୋଲ ପମ୍ପଗୁଡ଼ିକୁ କଡ଼ା ତାଗିଦ୍‌ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ସବୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସୌଜନ୍ୟ ସମ୍ବାଦ

Show More
Back to top button