Breaking

Driver Narrowly Escaped: ରେଲୱେ ଓଭରବ୍ରିଜ ସୁରକ୍ଷାବାଡ଼କୁ ଧକ୍କା ଦେଇ ଝୁଲିଲା ବୋଲେରୋ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଯାଜପୁର: ଶୁକ୍ରବାର ବିଳମ୍ବିତରାତିରେ ଯାଜପୁରରୋଡ଼ ନହକାଗୋଲେଇରୁ ଦଳାଛକ ଆଡ଼କୁ ଯାଉଥିବା ଏକ ବୋଲେରୋ(ଓଆର-୦୨ବିଏମ-୩୨୬୬) ରେଲୱେ ଓଭରବ୍ରିଜ ଉପରେ ଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଇଥିଲା। ଫଳରେ ସୁରକ୍ଷା ବାଡ଼ ଭାଙ୍ଗି ବୋଲେରୋଟି ରେଳଧାରଣା ଉପରେ ଝୁଲି ରହିଥିଲା।

ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଯାଜପୁର ରୋଡ଼ ପୁଲିସ ପହଂଚି ବୋଲେରୋ ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି। ଡ୍ରାଇଭରଙ୍କ ବ୍ୟତୀତ ଗାଡ଼ିରେ ଆଉ କେହି ନଥିଲେ। ତେବେ ବୋଲେରୋଟି ରେଳ ଧାରଣା ଉପରେ ଝୁଲି ରହିଥିବାରୁ କୋରେଇ ପଟୁ ଆସୁଥିବା ଏକ ଟ୍ରେନକୁ ଅଟକା ଯାଇଛି। ପୁଲିସ କ୍ରେନ ସାହାଯ୍ୟରେ ବୋଲେରୋଟିକୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଆଇଆଇସି ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More
Back to top button