ଜିଲ୍ଲାରାଜ୍ୟ

Dead Body Of Engineer: ଗୁଡଭେଳାରେ ଭଡ଼ା ଘରେ ଝୁଲୁଛି ଯନ୍ତ୍ରୀଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା !

ଦେଓଗାଁ: ବଲାଙ୍ଗୀରଜିଲ୍ଲା ଗୁଡଭେଳାରେ ଯନ୍ତ୍ରୀଙ୍କ ଆତ୍ମହତ୍ୟା। ଭଡ଼ା ଘରେ ଝୁଲୁଛି ମୃତଦେହ। ତୁଷୁରା ସହର ଭିତରେ ଥିବା ଘରେ ଝୁଲୁଛି ମୃତଦେହ। ଏଲ ଏଣ୍ଡ ଟି କମ୍ପାନୀର ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ଯନ୍ତ୍ରୀଯାଜପୁର ଅଞ୍ଚଳର ପ୍ରବୀର ବେହେରା ବୋଲି ସୂଚନା ମିଳିଛି।

ସାଙ୍ଗରେ ରହୁଥିବା ଆଉ ଦୁଇ ଜଣ ଫେରାର

ମିଳିଥିବା ସୂଚନା ଅନୁସାରେ ଗୁଡଭେଳା ଅଞ୍ଚଳରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାମ ଚାଲିଛି। ଏହି ପ୍ରକଳ୍ପରେ ଯାଜପୁର ଜିଲ୍ଲାର ପ୍ରବୀର ବେହେରା ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେ ଗୁଡଭେଳା ଜଗନ୍ନାଥ ପଡ଼ାରେ ଘର ଭଡ଼ା ନେଇ ରହୁଥିଲେ। ହେଲେ ଭଡ଼ା ଘରୁ ତାଙ୍କର ମୃତ ଦେହ ମିଳିଥିଲା ବେଳେ ସାଙ୍ଗରେ ରହୁଥିବା ଆଉ ଦୁଇ ଜଣ ଫେରାର ହୋଇଛନ୍ତି ।

ଏପରିକି ମୃତଦେହଟି କ୍ଷତାକ୍ତ ହୋଇଥିବାରୁ  ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ସହରରେ ଚର୍ଚ୍ଚା ହେଉଛି। ତେବେ ପ୍ରାଥମିକ ତଦନ୍ତ କରି ପୁଲିସ ପରିବାର ଲୋକଙ୍କୁ ଖବର ଦେଇଛି। ସେମାନେ ଆସିଲେ ସତ ପଦାକୁ ଆସିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୌଜନ୍ୟ ସମ୍ବାଦ

Show More
Back to top button