Tour Of Chief Minister: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା -୪ର ସ୍ୱୀକୃତି ପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା: ଆସନ୍ତା ମଇ ୧ତାରିଖରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ର ସ୍ୱୀକୃତିପତ୍ର ହସ୍ତାନ୍ତର ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ  କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ,  ରାଜ୍ୟ ଗ୍ରାମ୍ୟ ଉନ୍ନୟନ,ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ମନ୍ତ୍ରୀ l

ରାୟଗଡ଼ା ଜିଲ୍ଲାରେ ୨୭୪ଟି ରାସ୍ତା ନିର୍ମାଣ କରାଯିବ

ରାୟଗଡ଼ା ଜିଲ୍ଲାରେ ୨୭୪ଟି ରାସ୍ତା ନିର୍ମାଣ କରାଯିବ l ଏଥି ପାଇଁ ୫୬୨. ୧୦କୋଟି ଟଙ୍କା ବ୍ୟୟ କରାଯିବ l ଏହି ସଡ଼କ ଯୋଗୁଁ ଜିଲ୍ଲାର ୩୧୪ଟି ଜନବସତି ଗ୍ରାମକୁ ଯୋଗାଯୋଗ ହୋଇପାରିବ l ଜିଲ୍ଲାରେ ନୂତନ ଭାବରେ ୫୫୨. ୨୧କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ l ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ରେ ରାୟଗଡ଼I ଜିଲ୍ଲା ଓଡିଶାରେ  ସର୍ବାଧିକ ପ୍ରକଳ୍ପ ରହିଛି l ଏହିଁ ଯୋଜନାରେ ରାଜ୍ୟର ଅର୍ଥନୈତିକ ଏବଂ ସାମାଜିକ ସେବାର ଉପଲବ୍ଧତାକୁ ସକ୍ଷମ କରିବା, କୃଷି ଆୟ ବୃଦ୍ଧି କରିବା, ଉତ୍ପାଦନଶୀଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଦାରିଦ୍ର୍ୟ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭିମିକା ରହିବ । ୨୦୨୫ ରେ ୨୫ ବର୍ଷ ପୂରଣ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY) ଭାରତର ସବୁଠାରୁ ପ୍ରଭାବଶାଳୀ ଗ୍ରାମୀଣ ଭିତ୍ତିଭୂମି ପଦକ୍ଷେପ ମଧ୍ୟରୁ ଅନ୍ୟତମ। ୨୫ ଡିସେମ୍ବର ୨୦୦୦ ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ପୂର୍ବରୁ ସଂଯୋଗ ହୋଇନଥିବା ଗ୍ରାମୀଣ ବସତିଗୁଡ଼ିକୁ ସବୁ ପାଣିପାଗରେ ଚାଲୁରହୁଥିବା ରାସ୍ତା ସହ ସଂଯୋଗ କରିବା। ବର୍ତମାନ PMGSY କୃଷି ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବାରେ ଉନ୍ନତ ପ୍ରବେଶ ଏବଂ ଦାରିଦ୍ର୍ୟ ହ୍ରାସର ଏକ ପ୍ରମୁଖ ସହାୟକ ଭାବରେ ଉଭା ହୋଇଛି। ସମୟ କ୍ରମେ, PMGSY ସାମାଜିକ-ଆର୍ଥିକ ପରିବର୍ତନର ଏକ ପ୍ରମୁଖ ବାହକ ଭାବରେ ବିକଶିତ ହୋଇଛି, ଯାହା ବଜାର ସମନ୍ୱୟକୁ ସୁଦୃଢ଼ କରିଛି, କୃଷକମାନଙ୍କ ପାଇଁ ସୁଲଭ ମୂଲ୍ୟ ପ୍ରାପ୍ତିକୁ ସହଜ କରିଛି ଏବଂ କୃଷି ଓ ଅଣ-କୃଷି ଜୀବିକାକୁ ସମର୍ଥନ କରିଛି। ସାମୂହିକ ଭାବରେ, ଏହି ଫଳାଫଳଗୁଡ଼ିକ ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ଗ୍ରାମୀଣ ବିକାଶକୁ ଆଗକୁ ବଢ଼ାଇବାରେ କାର୍ଯ୍ୟକ୍ରମର କେନ୍ଦ୍ରୀୟ ଭୂମିକାକୁ ଦର୍ଶାଉଛି ବୋଲି  ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ କହିଛି l

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନେତୃତ୍ୱରେ ଉଦ୍ୟମ ଚାଲିଛିl ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ  ଅକ୍ଷୟ କୁମାର ଖେମୁଣ୍ଡୁ,ଉପଜିଲ୍ଲାପାଳ ରାୟଗଡ଼I  ରମେଶ କୁମାର ଜେନା, ନିର୍ବାହୀ ଯନ୍ତ୍ରୀ  ପ୍ରସନ୍ନ କୁମାର ପଟ୍ଟନାୟକ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ପ୍ରସ୍ତୁତି କାର୍ଯ୍ୟକୁ ତଦାରଖ କରୁଛନ୍ତି l

ସୌଜନ୍ୟ ସମ୍ବାଦ