ମନୋରଞ୍ଜନ

Ram Charan : କ୍ରିକେଟରଙ୍କୁ ଫୁଟବଲର ଭାବିଲେ ରାମଚରଣ, ଟ୍ରୋଲ ପରେ କହିଲେ-ମୋତେ କ୍ଷମା କର ବୁମରାହ ଜୀ…

ନୂଆଦିଲ୍ଲୀ ୨୪।୦୫; ଲୋକପ୍ରିୟ ଚଳଚ୍ଚିତ୍ର ତାରକା ରାମ ଚରଣ । ଏବେ ସେ ଭାରତୀୟ କ୍ରିକେଟର ଜସପ୍ରିତ ବୁମରାହଙ୍କୁ କ୍ଷମା ମାଗିଛନ୍ତି – ଏବଂ ନିଜକୁ ଜଣେ ପ୍ରଶଂସକ ବୋଲି ମଧ୍ୟ କହିଛନ୍ତି। କିନ୍ତୁ ପ୍ରକୃତରେ ଏମିତି କ’ଣ ଘଟିଥିଲା ଯାହା ରାମ ଚରଣଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରିଥିଲା? ସେ କେବେ ଏବଂ କାହିଁକି କ୍ରିକେଟରଙ୍କୁ ଅପମାନିତ କରିଥିଲେ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।

ରାମ ଚରଣଙ୍କ ଏକ ଚଳଚ୍ଚିତ୍ର ରିଲିଜ୍ ହେବାକୁ ଯାଉଛି। ଫିଲ୍ମର ଗୀତ ଲଞ୍ଚ ଇଭେଣ୍ଟ ସମୟରେ, ସେ ଭୁଲବଶତଃ ବୁମରାହଙ୍କୁ ଜଣେ ଫୁଟବଲ୍ ଖେଳାଳି ଭାବରେ କହିଥିଲେ। ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ‘ହେଲାଲ୍ଲାଲୋ’ ଗୀତ ଉନ୍ମୋଚନ କରାଯାଇଥିଲା। ରାମଙ୍କର ଜସପ୍ରିତଙ୍କ ଖେଳ ବିଷୟରେ ସମ୍ପୂର୍ଣ୍ଣ ଧାରଣା ନଥିଲା; କିନ୍ତୁ, ଯେତେବେଳେ ବିଷୟଟି ଉଠିଲା, ସେ ତାଙ୍କୁ ଜଣେ କ୍ରିକେଟର ପରିବର୍ତ୍ତେ ଜଣେ ଫୁଟବଲ୍ ଖେଳାଳି ବୋଲି କହିଥିଲେ।

ପ୍ରକୃତରେ, କାର୍ଯ୍ୟକ୍ରମରେ ଏକ ରାପିଡ ଫାୟାର ରାଉଣ୍ଡ ହେଉଥିଲା, ଯେଉଁ ସମୟରେ ରାମ ଚରଣଙ୍କୁ ବିଭିନ୍ନ ଭାରତୀୟ ଖେଳାଳିଙ୍କ ବିଷୟରେ ଗୋଟିଏ ଧାଡି ମନ୍ତବ୍ୟ ଦେବାକୁ କୁହାଯାଉଥିଲା। ସଚିନ ତେନ୍ଦୁଲକରଙ୍କରଠୁ ବିରାଟ କୋହଲିଙ୍କ ବିଷୟରେ ରାମ କହିଥିଲେ । କିନ୍ତୁ ଯେତେବେଳେ ହୋଷ୍ଟ ଜସପ୍ରିତ ବୁମରାହଙ୍କ ନାମ ଉଲ୍ଲେଖ କରିଥିଲେ, ରାମ କିଛି ସମୟ ପାଇଁ ଅଟକିଗଲେ ଏବଂ କହିଲେ, “ବୁମରାହ ଜୀ, ମୁଁ ଆପଣଙ୍କର ଜଣେ ବଡ଼ ପ୍ରଶଂସକ। ମୁଁ ଫୁଟବଲ୍କୁ ବହୁତ ଭଲ ପାଏ, ଏବଂ ଆପଣ ଖେଳକୁ ବହୁତ ଉଚ୍ଚତାକୁ ନେଇ ଯାଉଛନ୍ତି।ଏହା ପରେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଲା। ପ୍ରଶଂସକମାନେ ତୁରନ୍ତ ବୁଝିପାରିଲେ ଯେ ରାମ ଚରଣ ଭୁଲ କରିଛନ୍ତି, କିନ୍ତୁ ଲୋକମାନେ ଟ୍ରୋଲ କରିଥିଲେ ।

 

 

ସୌଜନ୍ୟ Prameya News7

 

Show More
Back to top button