ମୁମ୍ଵାଇ ୨୬।୦୫; ଦିଗଜ ଅଭିନେତା ରମାକାନ୍ତ ଦାୟମାଙ୍କ ଦେହାନ୍ତ । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଅନେକ ଦଶନ୍ଧି ଧରି ତାଙ୍କ କ୍ୟାରିଅରରେ, ରମାକାନ୍ତ ଟେଲିଭିଜନ ଶୋ, ଚଳଚ୍ଚିତ୍ର ଏବଂ ବିଜ୍ଞାପନରେ କାମ କରିଥିଲେ। ତାଙ୍କ ଦେହାନ୍ତ ଚଳଚ୍ଚିତ୍ର ଏବଂ ଟିଭି ଇଣ୍ଡଷ୍ଟ୍ରି ପାଇଁ ଶକ୍ତ ଝଟକା । ତାଙ୍କ ଦେହାନ୍ତରେ ପ୍ରଶଂସକମାନେ ମଧ୍ୟ ଦୁଃଖିତ। ରମାକାନ୍ତଙ୍କ କୋ-ଷ୍ଟାର ଏବଂ ଘନିଷ୍ଠ ବନ୍ଧୁ ଶୁଭାଙ୍ଗୀ ଲଟକର ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଲମ୍ବା, ଭାବପ୍ରବଣ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ଯାହା ସହିତ ଏକ ପୁରୁଣା ଭିଡିଓ ମଧ୍ୟ ରହିଛି। ରମାକାନ୍ତ ଶାହରୁଖ ଖାନଙ୍କ ଫିଲ୍ମ ଚକ୍ ଦେ ଇଣ୍ଡିଆ ଏବଂ ଅକ୍ଷୟ କୁମାରଙ୍କ ରାମ ସେତୁରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଶୁଭାଙ୍ଗୀ ଲଟକର ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ, ରମାକାନ୍ତ ଉତ୍ସାହିତ ଥିବା ନଜର ଆସିଛନ୍ତି । ସେ ଗୀତ ଗାଇବା ଏବଂ ନାଚୁଥିବାର ଦେଖାଯାଉଛି। ତାଙ୍କ ପୋଷ୍ଟରେ, ଶୁଭାଙ୍ଗୀ ଲେଖିଛନ୍ତି, “ଆଜି, ଆମେ ଜଣେ ଚମତ୍କାର ମଣିଷକୁ ହରାଇଛୁ, ଏବଂ ସତ କହିବାକୁ ଗଲେ, ମୋ ପାଖରେ କୌଣସି ଶବ୍ଦ ନାହିଁ। ରମାକାନ୍ତ ଦାୟମା ମୋ ପାଇଁ କେବଳ ଜଣେ ବନ୍ଧୁ କିମ୍ବା ପାରିବାରିକ ବନ୍ଧୁ ନଥିଲେ, ବରଂ ଜଣେ ବ୍ୟକ୍ତି ଥିଲେ ଯାହାଙ୍କୁ ମୁଁ ଗଭୀର ଭାବରେ ପ୍ରଶଂସା ଏବଂ ସମ୍ମାନ କରୁଥିଲି।”
ଅନେକ ମାସ ଧରି ଥିଲେ ଅସୁସ୍ଥ
ଶୁଭାଙ୍ଗୀ ଆହୁରି କହିଛନ୍ତି, “ସମସ୍ତ ଚ୍ୟାଲେଞ୍ଜ ସତ୍ତ୍ୱେ ଜୀବନକୁ କିପରି ଉପଭୋଗ କରିବେ ତାହା ସେ ଜାଣିଥିଲେ। ଜଣେ ନୃତ୍ୟଶିଳ୍ପୀ, ଜଣେ ଆତ୍ମାପ୍ରିୟ ଗାୟକ, ଜଣେ ଚମତ୍କାର ଅଭିନେତା, ଏବଂ ମୋ ପାଇଁ – ଜଣେ ଜ୍ଞାନୀ ପରାମର୍ଶଦାତା ଯାହାଙ୍କ କଥା ସର୍ବଦା ଗଭୀର ଅର୍ଥ ବହନ କରୁଥିଲା। ହେଲେ ସେ ଶାରୀରିକ ଭାବରେ ଛୋଟ ଦେଖାଯାଉଥିଲେ, କିନ୍ତୁ ଜଣେ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ସାହସୀ ବ୍ୟକ୍ତି ଥିଲେ। ଆମେ ଜାଣିଥିଲୁ ଯେ ସେ ଗତ କିଛି ମାସ ଧରି ସେ ଅସୁସ୍ଥ ଥିଲେ, ଆମ ହୃଦୟର ଗଭୀରତାରେ, ଆମେ କେବେ ଆଶା ଛାଡି ନଥିଲୁ। ଏବେ ଆମେ ତାଙ୍କୁ ଅଲବିଦା କହିବାକୁ ପଡୁଛି ।
ସୌଜନ୍ୟ Prameya News7

