ରାଜ୍ୟ
Dead Body: ସଙ୍ଘାପଶିରୁ ଅଣ୍ଡିରା ଛୁଆହାତୀର ଶବ ଉଦ୍ଧାର

ରିଆମାଳ: ଦେବଗଡ଼ଜିଲ୍ଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଆଜି ଏକ ଅଣ୍ଡିରା ଶିଶୁ ଶାବକ ହାତୀର ଶବ ଉଦ୍ଧାର ହୋଇଛି।
କେଉଁ କାରଣରୁ ମୃତ୍ୟୁ ଘଟିଛି ଜଣା ପଡ଼ି ନ ଥିବା ବେଳେ ତଦନ୍ତ ଚାଲିଛି
ଖବର ପାଇ ପ୍ରଥମେ ଫରେଷ୍ଟର ମନ୍ମଥ ବେହେରା, ଫରେଷ୍ଟ ଗାର୍ଡ ବାହାନ ବେହେରା ସଦଳବଳେ ପହଞ୍ଚି ଦେଖିଥିଲେ।ଗତ କାଲି ଅପରାହ୍ନ ସମୟରେ ଅନୁଗୁଳ ଜିଲ୍ଲା ପଟୁ ଦଳବଦ୍ଧ ଭାବେ ହାତୀ ଆସିଥିଲେ। ମାତ୍ର କୌଣସି କାରଣରୁ ଏହି ଅଣ୍ଡିରା ଶିଶୁ ଶାବକ ହାତୀ ଛୁଆର ମୃତ୍ୟୁ ଘଟିଥିଲା। ଆଜି ସକାଳ ହେବାରୁ ଅନ୍ୟ ହାତୀ ଛାଡ଼ି ଯାଇଥିଲେ। ଫଳରେ କିଛି ସ୍ଥାନୀୟ ଜନସାଧାରଣ ଦେଖି ବନ ବିଭାଗକୁ ଖବର ଦେଇଥିଲେ। କେଉଁ କାରଣରୁ ମୃତ୍ୟୁ ଘଟିଛି ଜଣା ପଡ଼ି ନ ଥିବା ବେଳେ ତଦନ୍ତ ଚାଲିଛି ।
ସୌଜନ୍ୟ ସମ୍ବାଦ




