ରାଜ୍ୟ

Sand Smuggling: ଭୋର୍‌ ସମୟରେ ବାଲି ଚୋରାଚାଲାଣ, ୪ ଚାଳକ-ଖଲାସୀ ଅଟକ

ରାଉରକେଲା: ଭୋର୍‌ ସମୟରେ ପ୍ରଧାନପାଲି ବାଲିଘାଟରୁ ବେଆଇନଭାବେ ବାଲି ଚୋରାଚାଲାଣ କରୁଥିଲେ। ନିୟୋଜିତ ହୋଇଥିଲା ହାଇୱା ଓ ଡମ୍ପର୍‌। ବିନା ଟ୍ରାନ୍‌ଜିଟ୍‌ ପାସ୍‌ରେ ରାଉରକେଲା ସମେତ ଟିସିଆଇ, ଆଇଡିସି, କୋଇଡ଼ା ଆଦି ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା। ତେବେ ଅଧାବାଟରେ ବ୍ରାହ୍ମଣୀତରଙ୍ଗ ପୁଲିସ ଜଣେ ନାବାଳକଙ୍କ ସମେତ ୫ ଜଣ ଗାଡ଼ି ଚାଳକ/ଖଲାସୀଙ୍କୁ କାବୁ କରିନେଇଛି। ଏହାସହ ୨ଟି ହାଇୱା ଓ ଗୋଟିଏ ଡମ୍ପର, ମୋଟ୍‌ ୩ଟି ଭାରୀଯାନକୁ ଜବତ କରିଛି। ରାଉରକେଲା ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ, ବ୍ରାହ୍ମଣୀତରଙ୍ଗ ପୁଲିସ ଗତ ୪ ତାରିଖରେ ରାତ୍ରୀକାଳୀନ ଯାଞ୍ଚ କରାଯାଉଥିଲା।

ଚାଳକ ଗାଡ଼ି ନେଇ ଫେରାର ହୋଇଯାଇଥିଲା

ଭୋର୍‌ ପ୍ରାୟ ସାଢେ ୩ଟା‌ରେ ଏକ ବାଲି ବୋଝେଇ ହାଇୱା (ଓଡି-୧୫-୬୪୨୫) କୁଆରମୁଣ୍ଡାରୁ ରାଉରକେଲା ଆଡକୁ ଦ୍ରୁତ ଗତିରେ ଯାଉଥିବା ପୁଲିସ ଦେଖିବାକୁ ପାଉଥିଲା। ପୁଲିସ ଅଟକାଇବାକୁ ପ୍ରୟାସ କରିବାସତ୍ତ୍ବେ ଚାଳକ ଗାଡ଼ି ନେଇ ଫେରାର ହୋଇଯାଇଥିଲା। ପୁଲିସ ତୁରନ୍ତ ଉକ୍ତ ଗାଡ଼ିର ପିଛା କରି କୁଆରମୁଣ୍ଡା ପାଖ ଶଙ୍ଖ ବ୍ରିଜ୍ ନିକଟରେ ଅଟକାଇବାରେ ସଫଳ ହୋଇଥିଲା। ଗାଡ଼ିର ଯାଞ୍ଚବେଳେ ବିନା ବୈଧ ଟ୍ରାନଜିଟ୍‌ ପାସ୍‌ରେ ବାଲି ପରିବହନ କରାଯାଉଥିବା ସ୍ପଷ୍ଟ ହୋଇଥିଲା। ଏହାର କିଛି ସମୟପରେ ବାଲିବୋଝେଇ ଆଉ ଦୁଇଟି ଭାରୀଯାନ (ଓଡି-୧୪ଏବି-୭୨୧୧ ଏବଂ ଓଆର୍‌-୦୯କେ-୫୩୦୮)କୁ ଜବତକରାଯାଇଥିଲା। ସମସ୍ତ ତିନିଟି ଯାକ ଭାରୀଯାନ ପ୍ରଧାନପାଲି ଘାଟରୁ ବାଲିଚୋରାଚାଲାଣ କରୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅଟକଥିବା ଅଭିଯୁକ୍ତମାନେ ହେଉଛନ୍ତି ଝାଡ଼ଖଣ୍ଡ ଗିରଡ଼ିହିର ମଣୀ ସିଂହ (୩୨), ବୀରମିତ୍ରପୁର ଗୁରଛାପରର ମହେଶ ଓରାମ (୨୪), କୁଆରମୁଣ୍ଡାର ଅଭିଜିତ ଦେହୁରୀ (୨୫) ଓ ବୁରୁଟୋଲାର ନିରଞ୍ଜନ ସିଂହ (୨୭)। ବେଆଇନ ପରିବହନରେ ଖଣି ଲିଜଧାରୀ ଓ ଗାଡ଼ି ଚାଳକ ସଂପୃକ୍ତି ନେଇ ପୁଲିସତଦନ୍ତ ଜାରି ରଖିଛି।

 

 

ସୌଜନ୍ୟ ସମ୍ବାଦ

Show More
Back to top button