Paddy Soaked: ନୂଆପଡ଼ାରେ କାଳବୈଶାଖୀ ବର୍ଷା ଯୋଗୁ ପଞ୍ଚମପୁର ମଣ୍ଡିରେ ୨୭ ଚାଷୀଙ୍କ ୩ ହଜାର ବସ୍ତା ଧାନ ଭିଜିଲା
ନୂଆପଡ଼ା ଜିଲ୍ଲାରେ ଗତରାତିରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ନୂଆପଡ଼ା ବ୍ଳକର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ବର୍ଷାରେ ଭିଜି ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ମଣ୍ଡିକୁ ମିଲର୍ସ ମାନେ ଯାଉ ନଥିବାରୁ ମଣ୍ଡିରେ ଧାନ ପଡ଼ିଛି|

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଗତରାତିରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ନୂଆପଡ଼ା ବ୍ଳକର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ବର୍ଷାରେ ଭିଜି ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ମଣ୍ଡିକୁ ମିଲର୍ସମାନେ ଯାଉ ନଥିବାରୁ ମଣ୍ଡିରେ ଧାନ ପଡ଼ିଛି|
ଅଦିନିଆ ବର୍ଷାକୁ ଚାଷୀଙ୍କ ଭୟ
ନୂଆପଡ଼ାରେ କିଛି ଦିନ ହେବ ରାତିରେ କାଳବୈଶାଖୀ ବର୍ଷା ହେଉଛି। ନୂଆପଡ଼ା ଜିଲ୍ଲା ସଦର ବ୍ଲକ ନୂଆପଡ଼ା, ପଞ୍ଚମପୁର, ନନ୍ଦପୁର ମଣ୍ଡିରେ ଚାଷୀ ଖୋଲା ଆକାଶ ଚାଲିଥିବା ବେଳେ ଅଦିନିଆ ବର୍ଷାକୁ ଚାଷୀଙ୍କ ଭୟ ରହିଛି। ଗତକାଲି ରାତିରେ ନୂଆପଡ଼ା ବ୍ଲକରେ କାଳବୈଶାଖୀ ଝଡ଼ ସହ ବର୍ଷା ହୋଇଥିବା ବେଳେ ପଞ୍ଚମପୁର ମଣ୍ଡିରେ ୨୭ ଜଣ ଚାଷୀଙ୍କ ୩ ହଜାର ୫୫୩ ବସ୍ତା ଧାନ ରହିଥିଲା ଚାଷୀଙ୍କ ବହୁ ଧାନ ବର୍ଷରେ ଭିଜି ନଷ୍ଟ ହୋଇଥିବା ଚାଷୀ ସନ୍ତରାମ ହରିଜନ, ରାମନାରାୟଣ ଦାସ, ଅନିଲ ଦେବାଙ୍ଗନ, ପରାମନନ୍ଦ ଦେବାଙ୍ଗନ, ତାରାଚନ୍ଦ ପଣ୍ଡେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ନୂଆପଡ଼ା ବ୍ଳକ ସାରାବଙ୍ଗ ମଣ୍ଡିରେ ୪୮ ଜଣ ଚାଷୀଙ୍କ ୬ ହଜାର ୪୩୬ ବସ୍ତା, ମହରାଡ଼ିହି ମଣ୍ଡିରେ ୪୦ ଜଣ ଚାଷୀଙ୍କ ୪ ହଜାର ୭୦୬ ବସ୍ତା, ମୋଟନୂଆପଡ଼ା ମଣ୍ଡିରେ ୨୮ ଜଣ ଚାଷୀଙ୍କ ୩ ହଜାର ୨୧୦ ବସ୍ତା, ଚୁଲାଭାଟ ମଣ୍ଡିରେ ୧୪ ଜଣ ଚାଷୀଙ୍କ ୧୫୧୬ ବସ୍ତା ମଣ୍ଡିରେ ପଡ଼ିରହିଛି। ଏହା ଉପରେ ନୂଆପଡ଼ା ଆରଏମ୍ସି ସଂପାଦକ ଆର୍ଯ୍ୟ କୁମାର ମୁଦୁଲି କାଳବୈଶାଖୀ ବର୍ଷାକୁ ଦେଖି ଖୋଲା ଆକାଶରେ ଥିବା ମଣ୍ଡି ପାଇଁ ପ୍ରଚୁର ପରିମାଣର ତାରପଲିନ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି।
ସୌଜନ୍ୟ ସମ୍ବାଦ




