Kickboxing Open: ଇଣ୍ଡୋ ଫିଲିପାଇନ୍ସ କିକ୍ବକ୍ସିଂ ଓପନ୍: ଲକ୍ଷ୍ମୀପ୍ରିୟାଙ୍କୁ ସ୍ବର୍ଣ୍ଣ, ସାଇରାଜଙ୍କୁ ରୌପ୍ୟ
ଫିଲିପାଇନ୍ସର ଲାପୁଲାପୁ ସିଟିରେ ଆୟୋଜିତ ଡବ୍ଲ୍ୟୁକେଏ ଇଣ୍ଡୋ ଫିଲିପାଇନ୍ସ କିକ୍ବକ୍ସିଂ ଓପନ୍ ପ୍ରତିଯୋଗିତାର କେ-୧ ମହିଳା ୫୪ ବର୍ଷରୁ କମ୍ରେ ମଧୁପ୍ରିୟ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ସେ ଫାଇନାଲ୍ରେ ସ୍ଥାନୀୟ ଖେଳାଳି କ୍ରିଷ୍ଟିନ୍ ଏମ୍କୁ ପରାସ୍ତ କରିଥିଲେ।

ଭୁବନେଶ୍ବର: ଅନ୍ତର୍ଜାତୀୟସ୍ତରରେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଦୁଇ ଓଡ଼ିଆ କିକ୍ବକ୍ସିଂ ଖେଳାଳି ଲକ୍ଷ୍ମୀପ୍ରିୟା ବାଇ ଓ ସାଇରାଜ ପଟ୍ଟନାୟକ। ଫିଲିପାଇନ୍ସର ଲାପୁଲାପୁ ସିଟିରେ ଆୟୋଜିତ ଡବ୍ଲ୍ୟୁକେଏ ଇଣ୍ଡୋ ଫିଲିପାଇନ୍ସ କିକ୍ବକ୍ସିଂ ଓପନ୍ ପ୍ରତିଯୋଗିତାର କେ-୧ ମହିଳା ୫୪ ବର୍ଷରୁ କମ୍ରେ ମଧୁପ୍ରିୟ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ସେ ଫାଇନାଲ୍ରେ ସ୍ଥାନୀୟ ଖେଳାଳି କ୍ରିଷ୍ଟିନ୍ ଏମ୍କୁ ପରାସ୍ତ କରିଥିଲେ।
ଅଚ୍ୟୁତ ମାର୍ଶାଲ ଆର୍ଟସ୍ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି
ତେବେ ପୁରୁଷ ୭୪ କେଜି କମ୍ ବର୍ଗର ଫାଇନାଲ୍ରେ ସାଇରାଜ ହାରି ରୌପ୍ୟ ପଦକ ପାଇଥିଲେ। ଉଭୟ ଅଚ୍ୟୁତ ମାର୍ଶାଲ ଆର୍ଟସ୍ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି। ଏହି ପ୍ରତିଯୋଗିତାରେ ଭାରତୀୟ କିକ୍ବକ୍ସିଂ ସଂଘ (ଆଇଏକେଓ) ମହାସଚିବ ପୃଥ୍ବୀରାଚ ହରିଚନ୍ଦନ ଅଧିକାରୀ ଭାବେ ଯୋଗ ଦେଇଥିଲେ। ଏହି ସଫଳତା ଲାଗି ଖେଳାଳିମାନଙ୍କୁ ଭାରତୀୟ କିକ୍ବକ୍ସିଂ ସଂଗଠନ ପ୍ରତିଷ୍ଠାତା, ଅଧ୍ୟକ୍ଷ ଗ୍ରାଣ୍ଡମାଷ୍ଟର ଏସ୍ଏସ୍ ହରିଚନ୍ଦନ ଓ ସଭାପତି ପ୍ରବୋଧ ମହାନ୍ତି ଓ ମହାସଚିବ ପୃଥ୍ବୀରାଜଅଭିନନ୍ଦନ ଜଣାଇଛନ୍ତି।
ସୌଜନ୍ୟ ସମ୍ବାଦ




