ଜିଲ୍ଲାରାଜ୍ୟ

Encounter: ଡକାୟତି ପାଇଁ ଯୋଜନା କରୁଥିବାବେଳେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

ଡକାୟତି ପାଇଁ ଯୋଜନା କରୁଥିବାବେଳେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକକୁ ଏନକାଉଣ୍ଟର କରିଛି ଭଦ୍ରକ ପୁଲିସ | ଗତକାଲି ରାତିରେ ସୋର ଥାନା ଅନ୍ତର୍ଗତ ନୂଆସାହିର ପ୍ରଫୁଲ୍ଲ ଡକାୟତି ପାଇଁ ନୂଆସାହି ଜଙ୍ଗଲରେ ପ୍ରସ୍ତୁତି ବେଳେ ଏନେଇ ପୁଲିସ ଗୁପ୍ତ ସୂଚନା ପାଇଥିଲା | ଆଉ ପୁଲିସ ଏନେଇ ଚଢ଼ାଉ କରିବା ସମୟରେ ପ୍ରଫୁଲ୍ଲ ପୁଲିସ ଉପରକୁ ଗୁଳି ଚଳାଇଥିଲା |

ଭଦ୍ରକ: ଡକାୟତି ପାଇଁ ଯୋଜନା କରୁଥିବାବେଳେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକକୁ ଏନକାଉଣ୍ଟର କରିଛି ଭଦ୍ରକ ପୁଲିସ | ଗତକାଲି ରାତିରେ ସୋର ଥାନା ଅନ୍ତର୍ଗତ ନୂଆସାହିର ପ୍ରଫୁଲ୍ଲ ଡକାୟତି ପାଇଁ ନୂଆସାହି ଜଙ୍ଗଲରେ ପ୍ରସ୍ତୁତି ବେଳେ ଏନେଇ ପୁଲିସ ଗୁପ୍ତ ସୂଚନା ପାଇଥିଲା | ଆଉ ପୁଲିସ ଏନେଇ ଚଢ଼ାଉ କରିବା ସମୟରେ ପ୍ରଫୁଲ୍ଲ ପୁଲିସ ଉପରକୁ ଗୁଳି ଚଳାଇଥିଲା | ଏହାର ଜବାବରେ ପୁଲିସ ମଧ୍ୟ ଗୁଳି ଚଳାଇଥିଲା | ଏଥିରେ ପ୍ରଫୁଲ୍ଲର ଡାହାଣ ଗୋଡ଼ରେ ଗୁଳି ବାଜିଥିବାବେଳେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା | ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାସ୍ଥଳରୁ ପିସ୍ତଲ, ଖୋକା ଜବତ କରିଛି।

ଉଲ୍ଲେଖ ଥାଉ କି ବିଳମ୍ବିତ ରାତିରେ ଭଦ୍ରକରେ ଲୁଟ କରିବା ପାଇଁ ପ୍ରଫୁଲ୍ଲ ଜଣେ ସହ‌ଯୋଗୀ ସହ ଯୋଜନା କରୁଥିଲା । ଖବର ପାଇ ଗ୍ରାମାଞ୍ଚଳ ପୁଲିସ ଚଢ଼ାଉ କରିଥିଲା । ପୁଲିସର ଏହି ଚଢାଉ ଟିମ ହାତରେ ଧରାପଡ଼ିବା ପୂର୍ବରୁ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ପୁଲିସ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିବା ସମୟରେ ପୁଲିସ ଏନକାଉଣ୍ଟର କରିଛି । ଘଟଣାସ୍ଥଳରୁ ସହଯୋଗୀ ଫେରାର ହୋଇ ଯାଇଛି । ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଥାନାରେ ପ୍ରଫୁଲ୍ଲ ନାମରେ ଏକାଧିକ ଅପରାଧିକ ମାମଲା ରହିଛି ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button