ମନୋରଞ୍ଜନ

Theaters 8 Film: ପ୍ରେକ୍ଷାଳୟରେ ଏକାସାଙ୍ଗରେ ପସରା ମେଲାଇବେ ୮ଟି ସିନେମା

ଚଳଚ୍ଚିତ୍ରପ୍ରେମୀଙ୍କ ପାଇଁ ଆସନ୍ତା ଶୁକ୍ରବାର ଏକ ବଡ଼ ଉପହାର ନେଇ ଆସୁଛି। ଜୁନ୍ ୧୨ ତାରିଖରେ ଏକାସାଙ୍ଗରେ ୮ଟି ନୂଆ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

ମୁମ୍ବାଇ: ଚଳଚ୍ଚିତ୍ରପ୍ରେମୀଙ୍କ ପାଇଁ ଆସନ୍ତା ଶୁକ୍ରବାର ଏକ ବଡ଼ ଉପହାର ନେଇ ଆସୁଛି। ଜୁନ୍ ୧୨ ତାରିଖରେ ଏକାସାଙ୍ଗରେ ୮ଟି ନୂଆ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ରୋମାନ୍ସ, ରାଜନୈତିକ ଡ୍ରାମା, ହରର, ଥ୍ରିଲର ଏବଂ ସାମାଜିକ ବିଷୟବସ୍ତୁକୁ ନେଇ ନିର୍ମିତ ଏହି ସମସ୍ତ ଫିଲ୍ମ ଦର୍ଶକଙ୍କ ପାଇଁ ଭିନ୍ନ ଭିନ୍ନ ସ୍ୱାଦର ମନୋରଞ୍ଜନ ନେଇ ଆସୁଛି। ବଡ଼ବଡ଼ ତାରକାଙ୍କ ଅଭିନୟ ସହିତ ଆକର୍ଷଣୀୟ କାହାଣୀ ଯୋଗୁଁ ଏହି ସପ୍ତାହର ବକ୍ସ ଅଫିସ୍ ଲଢ଼େଇ ଖୁବ୍ ରୋମାଞ୍ଚକର ହେବ ବୋଲି ଚର୍ଚ୍ଚା ହେଉଛି ।

*ଚଳିତ ସପ୍ତାହର ସବୁଠୁ ଚର୍ଚ୍ଚିତ ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି ‘ମୈଁ ୱାପସ ଆଉଙ୍ଗା’। ଇମତିଆଜ ଅଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଦିଲଜିତ ଦୋସାଞ୍ଜ ଓ ଶର୍ବରୀ ମୁଖ୍ୟ ଭୂମିକାରେ ନଜର ଆସିବେ। ପ୍ରେମ, ସ୍ମୃତି ଓ ଜୀବନର ଉତ୍ଥାନ-ପତନକୁ ନେଇ ଗଢ଼ା ଏହି କାହାଣୀ ଦର୍ଶକଙ୍କୁ ଭାବପ୍ରବଣ କରିବ ବୋଲି ଆଶା କରାଯାଉଛି।

*କଙ୍ଗନା ରାଣାୱତଙ୍କ ଅଭିନୀତ ‘ଭାରତ ଭାଗ୍ୟ ବିଧାତା ମଧ୍ୟ ଏହି ଦିନ ରିଲିଜ୍ ହେଉଛି। ୨୦୦୮ ମସିହାର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ କାମା ହସ୍ପିଟାଲର ଡାକ୍ତର ଓ ନର୍ସମାନଙ୍କ ସାହସିକତାକୁ ନେଇ ଏହି ଫିଲ୍ମ ନିର୍ମିତ ହୋଇଛି। ଦେଶପ୍ରେମ ଓ ମାନବିକତାର ବାର୍ତ୍ତା ଦେଉଥିବା ଏହି ଚଳଚ୍ଚିତ୍ରକୁ ନେଇ ମଧ୍ୟ ବେଶ୍ ଆଶା ରହିଛି।

*ସେହିପରି ମନୋଜ ବାଜପେୟୀଙ୍କ ଅଭିନୀତ ‘ଗଭର୍ନର ଏକ ରାଜନୈତିକ ଥ୍ରିଲର ଭାବେ ଦର୍ଶକଙ୍କ ସମ୍ମୁଖକୁ ଆସୁଛି। ରାଜନୀତି, ପ୍ରଶାସନ ଓ ଶକ୍ତିର ଅନ୍ତରାଳର କାହାଣୀକୁ ଏଥିରେ ଦେଖାଯାଇଛି। ଅନ୍ୟପଟେ ବିକ୍ରମ ଭଟ୍ଟଙ୍କ ଭୟଙ୍କର ଫ୍ରାଞ୍ଚାଇଜର ନୂଆ ସଂସ୍କରଣ ‘ହଣ୍ଟେଡ୍ ଥ୍ରିଡି’ ହରର ପ୍ରେମୀଙ୍କ ପାଇଁ ରୋମାଞ୍ଚର ଖୋରାକ ଯୋଗାଇବ।

*ବାସ୍ତବ ଘଟଣା ଆଧାରିତ ଥ୍ରିଲର ‘ଦ ନର୍ମଦା ଷ୍ଟୋରି ମଧ୍ୟ ଏହି ସପ୍ତାହର ଅନ୍ୟତମ ଆକର୍ଷଣ। ସମାଜର କିଛି ଅଜଣା ତଥ୍ୟ ଓ ରହସ୍ୟକୁ ପରଦାରେ ଉପସ୍ଥାପନ କରିବାର ଚେଷ୍ଟା କରାଯାଇଛି। ଏହା ସହ ‘ହୀର ସାରା’ ଏକ ଭାବପ୍ରବଣ ଡ୍ରାମା ଫିଲ୍ମ ହୋଇଥିବାବେଳେ, ଏଥିରେ ସମ୍ପର୍କ, ସଂଘର୍ଷ ଓ ଆଶାର କାହାଣୀ ଦେଖିବାକୁ ମିଳିବ।

*ହଲିଉଡ୍ ଫିଲ୍ମ ପ୍ରେମୀଙ୍କ ପାଇଁ ‘ଡିସ୍କ୍ଲୋଜର ଡେ ଏକ ରହସ୍ୟ ଓ ସସ୍ପେନ୍ସରେ ଭରପୂର ଥ୍ରିଲର ହୋଇଥିବାବେଳେ, ‘ବ୍ୟାକରୁମ୍ସ’ ଏକ ସାଇକୋଲଜିକାଲ୍ ହରର ଫିଲ୍ମ ଭାବେ ଦର୍ଶକଙ୍କୁ ଭୟ ଓ ରହସ୍ୟର ଏକ ଭିନ୍ନ ଦୁନିଆକୁ ନେଇଯିବ ବେ‌ାଲି ଅଶା କରାଯାଇଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button