ମନୋରଞ୍ଜନ

Alia: ଆଲିୟାଙ୍କ ବିରୋଧରେ ପ୍ରାୟୋଜିତ ଟ୍ରୋଲିଂ!

ଗତ ମାସ କାନ୍‌ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେବା ପରେ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ସାମାଜିକ ଗଣମାଧ୍ୟମରେ ନିଷ୍ଠୁର ଭାବେ ସମାଲୋଚନା କରାଯାଇଥିଲା। ସେ ପିନ୍ଧିଥିବା ପୋଷାକପତ୍ର ଉପରେ ନାନା ଟିପ୍ପଣୀ କରାଯିବା....

ଗତ ମାସ କାନ୍‌ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେବା ପରେ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ସାମାଜିକ ଗଣମାଧ୍ୟମରେ ନିଷ୍ଠୁର ଭାବେ ସମାଲୋଚନା କରାଯାଇଥିଲା। ସେ ପିନ୍ଧିଥିବା ପୋଷାକପତ୍ର ଉପରେ ନାନା ଟିପ୍ପଣୀ କରାଯିବା ସହିତ ସେଠାରେ ଫଟୋଗ୍ରାଫର୍‌ମାନେ ମଧ୍ୟ ତାଙ୍କୁ ଗୁରୁତ୍ବ ଦେଉନାହାନ୍ତି କହି ଟ୍ରୋଲର୍‌ମାନେ ତାଙ୍କୁ ବିଦ୍ରୂପ କରିଥିଲେ। ତେବେ ଚଳଚ୍ଚିତ୍ର ସମୀକ୍ଷକ ଅନୁପମା ଚୋପ୍ରା ସେ ନେଇ ଦେଇଥିବା ଏକ ମନ୍ତବ୍ୟ ଏବେ ପୁଣି ଚର୍ଚ୍ଚାର ଝଡ଼ ସୃଷ୍ଟି କରିଛି। ଶାହିଦ କପୁରଙ୍କ ସହିତ ଏକ ଆଲୋଚନା କାର୍ଯ୍ୟକ୍ରମରେ ଅନୁପମା କହିଛନ୍ତି ଯେ କାନ୍‌ରେ ଯୋଗ ଦେବା ସମୟରେ ଆଲିୟାଙ୍କୁ କରାଯାଇଥିବା ଟ୍ରୋଲିଂ ଏକ ପ୍ରାୟୋଜିତ ନକାରାତ୍ମକ ଅଭିଯାନ ଥିଲା। କିଛି ଦିନ ତଳେ ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ ଜଣେ  ବ୍ୟକ୍ତି ତାଙ୍କୁ ଏ ସମ୍ପର୍କରେ କହିଥିଲେ।

ଅସୁରକ୍ଷିତ ବୋଧ କରୁଥିବା କିଛି ଅଭିନେତା ଏହି ଟ୍ରୋଲିଂ ଅଭିଯାନ ପଛରେ ଥିଲେ ବୋଲି ଅନୁପମା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ବୁଧବାର ଦିନ ଆଲିୟାଙ୍କ ଆଗାମୀ ଚଳଚ୍ଚିତ୍ର ‘ଆଲ୍‌ଫା’ର ଟିଜର୍‌ ମୁକ୍ତିଲାଭ କରିବା ପରେ ପୁଣି ଥରେ ସାମାଜିକ ଗଣମାଧ୍ୟମରେ ତାଙ୍କୁ ସମାଲୋଚନା କରାଯାଉଛି। ସେ ଯାହା ହେଉ, ୟଶ୍ ରାଜ ଫିଲ୍ମସ୍‌ ଦ୍ବାରା ପ୍ରଯୋଜିତ ‘ଆଲ୍‌ଫା’କୁ ‘ଵାଇଆର୍‌ଏଫ୍‌ ସ୍ପାଏ ୟୁନିଭର୍ସ’ର ପ୍ରଥମ ନାରୀ-ନେତୃତ୍ବାଧୀନ ଚଳଚ୍ଚିତ୍ର ଭାବେ ପ୍ରଚାର କରାଯାଉଛି। ଏଥିରେ ଆଲିୟାଙ୍କ ସମେତ ଶରବରୀ ଓ ବବି ଦେଓଲ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button