ବାଣିଜ୍ୟ

ଆଲାଏନ୍ସ ବିଶ୍ବବିଦ୍ୟାଳୟରେ ‘ଡିମିଷ୍ଟିଫାଇଂ କ୍ବାଣ୍ଟମ୍‌’ ଆଲୋଚନା

ଆଲାଏନ୍ସ ବିଶ୍ବବିଦ୍ୟାଳୟ ତରଫରୁ ‘ଡିମିଷ୍ଟିଫାଇମ୍‌ କ୍ବାଣ୍ଟମ୍‌’ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶ୍ବବିଦ୍ୟାଳୟ ପକ୍ଷରୁ ‘ଏୟୁ-କ୍ବାଣ୍ଟମ୍‌ ଏଆଇ ସ୍କୁଲ ଫର୍‌ ଆଡ୍‌ଭାନ୍ସଡ୍‌ ରିସର୍ଚ୍ଚ’ ନାମକ ସ୍କୁଲ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ନିତି ଆୟୋଗର ପୂର୍ବତନ ସଦସ୍ୟ ଡକ୍ଟର ଭି କେ ସାରସ୍ବତ ଯୋଗ ଦେଇ ଭାରତର ବୈଷୟିକ ଯାତ୍ରା ଉପରେ ଆଲୋକପାତ କରିଥିଲେ।

ବେଙ୍ଗାଲୁରୁ: ଆଲାଏନ୍ସ ବିଶ୍ବବିଦ୍ୟାଳୟ ତରଫରୁ ‘ଡିମିଷ୍ଟିଫାଇମ୍‌ କ୍ବାଣ୍ଟମ୍‌’ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶ୍ବବିଦ୍ୟାଳୟ ପକ୍ଷରୁ ‘ଏୟୁ-କ୍ବାଣ୍ଟମ୍‌ ଏଆଇ ସ୍କୁଲ ଫର୍‌ ଆଡ୍‌ଭାନ୍ସଡ୍‌ ରିସର୍ଚ୍ଚ’ ନାମକ ସ୍କୁଲ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ନିତି ଆୟୋଗର ପୂର୍ବତନ ସଦସ୍ୟ ଡକ୍ଟର ଭି କେ ସାରସ୍ବତ ଯୋଗ ଦେଇ ଭାରତର ବୈଷୟିକ ଯାତ୍ରା ଉପରେ ଆଲୋକପାତ କରିଥିଲେ। କ୍ବାଣ୍ଟମ୍‌ କମ୍ପ୍ୟୁଟିଂ ଉପରେ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ଜ୍ଞନ ପ୍ରଦାନ କରିବା‌ରେ ବିଶ୍ବବିଦ୍ୟାଳୟଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ସେ କହିଥିଲେ। ଏହି ଅବସରରେ କ୍ବାଣ୍ଟମ୍‌ ଏଆଇ ଗ୍ଲୋବାଲ୍‌ର ଚିଫ୍‌ ଅପରେସନ୍ସ ଅଫିସର ଗୋପିକା ଚଗାନ୍ତି, ବିଶ୍ବବିଦ୍ୟାଳୟର ପ୍ରୋ-ଚାନ୍‌ସେଲର ଅଭୟ ଜି ଛେବି, କୁଳପତି ଡକ୍ଟର ବି ପ୍ରିଷ୍ଟଲି ସାନ, ରାଇବଟା ବାୟୋନେକ୍ସର ପ୍ରତିଷ୍ଠାତା ଆଦିତ୍ୟ ଲୋଚର୍ଲା, ଏଜିଆକ୍ଟ କନ୍‌ସଲଟିଂର ସିଇଓ ଡକ୍ଟର ଦିନେଶ କୁମାର ମୁରୁଗେସନ, କ୍ବାଣ୍ଟମ ପ୍ରଯୁକ୍ତି ବିଶେଷଜ୍ଞ ଡକ୍ଟର ଅଞ୍ଜନି ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କର୍ପୋରେଟ୍‌ ପ୍ୟାନେଲ୍‌ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button