ବାଣିଜ୍ୟ

Plastic Notes : ୧୦, ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟକୁ ମଞ୍ଜୁରି , ଆସିବ ୧୦୦ କୋଟି ନୋଟ୍

ନୂଆଦିଲ୍ଲୀ,୧୨ \୮ : ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି । କେନ୍ଦ୍ର ସରକାର ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ର ଫିଲ୍ଡ ଟ୍ରାଏଲ ବା କ୍ଷେତ୍ରୀୟ ପରୀକ୍ଷଣକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଉଭୟ ବର୍ଗରେ ୧୦୦ କୋଟି ଲେଖାଏଁ ପ୍ଲାଷ୍ଟିକ ନୋଟ ଜାରି କରାଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ଏ ନେଇ ଲିଖିତ ଉତ୍ତର ରଖିଛନ୍ତି । ଏହି ନୋଟ୍ ଗୁଡିକର ଫିଲ୍ଡ ଟ୍ରାଏଲ ନେଇ ରିଜର୍ଭ ବ୍ୟାଙ୍କ ପ୍ରସ୍ତାବ ଦେଇଥିଲା । ପରୀକ୍ଷଣ ସଫଳ ହେବା ପରେ ଉଭୟ ନୋଟ୍  ଗୁଡିକୁ ନିୟମିତ ଭାବେ ଜାରି କରାଯିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।

ଆରବିଆଇ ମୁତାବକ, ପ୍ଲାଷ୍ଟିକ ନୋଟ୍ ଗୁଡିକୁ ଏବେ କାଗଜ ନୋଟ୍ ସହ ଜାରି କରାଯିବ । ଦେଶର ମୁଦ୍ରା ପରିଚାଳନା କ୍ଷେତ୍ରରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ଏହାକୁ ସାରା ଦେଶରେ ଲାଗୁ କରାଯିବ ନାହିଁ । ସେହିଭଳି କେବେ ଠାରୁ ଏହା ବଜାରକୁ ଆସିବ ସେ ନେଇ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା ହୋଇନାହିଁ । ଏ ନେଇ ପ୍ରୋକ୍ୟୋରମେଣ୍ଟ କାର୍ଯ୍ୟକ୍ରମ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button