ଜିଲ୍ଲାରାଜ୍ୟ

Rayagada News : କଳିଯୁଗର ଦ୍ରୌପଦୀଙ୍କୁ ସହାୟ ହେଲେ ୩ଦେବଦୂତ, ସେମାନଙ୍କୁ ନମନ୍…

ରାୟଗଡ଼ା :   ମନେ ପଡ଼ିଯାଉଛି ଦ୍ରୌପଦିଙ୍କ ସେହି ବସ୍ତ୍ରହରଣ କଥା। କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରିଥିଲେ ଦୁଃଶାସନ । କୌରବମାନେ ସିନା ନିଷ୍ଠୁରତାର ସବୁ ସୀମା ଲଙ୍ଘିଗଲେ । କିନ୍ତୁ “ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ” । ତାଙ୍କୁ ବଞ୍ଚେଇବାକୁ ଆସନିଥିଲେ ସ୍ୱୟଂ ଭଗବାନ ଶ୍ରୀ କ୍ରିଷ୍ଣ। କୋଟି ବସ୍ତ୍ର ଦେଇ କ୍ରୀଷ୍ଣାଙ୍କ ଲଜ୍ଜା ନିବାରଣ କରିଥିଲେ ସେହି କୃଷ୍ଣ। ଏବେ ବି ସେହି ସମାନ ଘଟଣା । ଏଠି ରାକ୍ଷାସଙ୍କ କବଳରୁ ରକ୍ଷା କରିବାକୁ ମଣିଷ ରୂପି କିଛି ଦେବ ଦୂତ ଆସିଥିଲେ ସେହି ଅସହାୟ୍ୟ ଯୁବତୀଙ୍କୁ ରକ୍ଷା କରିବାକୁ। ସେମାନଙ୍କୁ ଆଜି ନମନ…

ଦିନେ ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରି ୭ବୀର ସହିଦଙ୍କ ରକ୍ତରେ ଇତିହାସ ରଚିଥିବା କଲ୍ୟାଣସିଂହପୁର ମାଟି । ଆଜି ସେ କାନ୍ଦୁଛି । ଯେଉଁ ମାଟି ଦିନେ ତ୍ୟାଗ, ସାହସ ଓ ସ୍ୱାଭିମାନର ପରିଚୟ ଦେଇଥିଲା, ଆଜି ଗୁଜବଜନିତ ଭିଡ଼ ହିଂସାର କଳଙ୍କରେ ହୋଇଛି ଲଜ୍ଜିତ। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ପିଲାଚୋରି ସନ୍ଦେହକୁ କେନ୍ଦ୍ରକରି ଘଟିଥିବା ଭିଡ଼ ହିଂସା କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ପାଲଟିଛି ଚର୍ଚ୍ଚାର ବିଷୟ । କିଛି ଲୋକଙ୍କ ଅମାନବୀୟ କାର୍ଯ୍ୟକଳାପ ପାଇଁ ସମଗ୍ର କଲ୍ୟାଣସିଂହପୁର ଆଜି ବଦନାମର ଟୀକା ମୁଣ୍ଡାଇଛି । ଏହି ବର୍ବର ଘଟଣା ମଧ୍ୟରେ ମାନବିକତାର ଏକ ଉଜ୍ଜ୍ୱଳ ଉଦାହରଣ ମଧ୍ୟ ସାମ୍ନାକୁ ଆସିଛି । ଉତ୍ତେଜିତ ଭିଡ଼ ଭିତରୁ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି ୩ ସାହସୀ ଯୁବକ । ସେମାନେ ହେଲେ ବଳରାମ ବାଗ, ପୁରୁଷ ସିଙ୍କୁ ଓ ବିଶ୍ଵନାଥ କୁଜୁର।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଘଟଣା ସମୟରେ ଉତ୍ତେଜିତ ଭିଡ଼ ଯୁବତୀଙ୍କ ଉପରେ ଆକ୍ରମଣ କରିବା ସହ ତାଙ୍କ ପୋଷାକ ଚିରି ଦେଇଥିଲେ। ଏଭଳି ସଙ୍କଟ ସମୟରେ କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଲକ୍ଷ୍ମୀପୁରଗୁଡ଼ାର ପୁରୁଷ ଓ ବିଶ୍ଵନାଥ ସର୍ବପ୍ରଥମେ ଭିଡ଼ ଭିତରକୁ ପଶିଥିଲେ । ନିଜ ପାଖରେ ଥିବା ଗାମୁଛାରେ ଯୁବତୀଙ୍କ ଶରୀରକୁ ଘୋଡ଼ାଇ ତାଙ୍କ ସମ୍ମାନ ରକ୍ଷା କରିଥିଲେ । ଯୁବତୀଙ୍କୁ ବଞ୍ଚାଇବାକୁ ଯାଇ ପୁରୁଷ ଭିଡ଼ ଆକ୍ରମଣର ଶିକାର ବି ହୋଇଥିଲେ। ତଥାପି ସେ ହଟିନଥିଲେ ପଛକୁ । ଆହତ ଅବସ୍ଥାରେ ଯୁବତୀଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବାରେ ସହଯୋଗ କରିଥିଲେ । ଯୁବତୀଙ୍କ କିଛି ସାମଗ୍ରୀ ତଳେ ପଡ଼ିଯାଇଥିଲା । ପୁରୁଷ ସେଗୁଡ଼ିକୁ ସଂଗ୍ରହ କରିଥିଲେ । ଏହି ସମୟରେ ପାର୍ସାଲି ପଞ୍ଚାୟତ ରାଇଲେରିର ବଳରାମ, ଯୁବତୀଙ୍କୁ ପୁଲିସ ଗାଡ଼ି ବା ପିସିଆର୍ ପର୍ଯ୍ୟନ୍ତ ସୁରକ୍ଷିତ ପହଞ୍ଚାଇଥିଲେ । ସେ ନିଜେ ପିସିଆରକୁ ଚଢ଼ି ପିନ୍ଧିଥିବା ଟି-ସାର୍ଟ ଖୋଲି ଯୁବତୀଙ୍କୁ ଦେଇ ତାଙ୍କ ମର୍ଯ୍ୟାଦା ରକ୍ଷା କରିଥିଲେ ।

ଭୁଲିଗଲେ ମାନବିକତା। ଲଜ୍ଜିତ ହେଲା ଓଡ଼ିଶା। ଆତିଥ୍ୟତା ପାଇଁ ସାରା ବିଶ୍ୱରେ ନାଁ କମାଇଥିବା ଓଡ଼ିଶାର ସବୁ ସମ୍ମାନକୁ ଧୋଇଦେଲେ କିଛି ମଣିଷରୂପୀ ଜହ୍ଲାଦ। ରାୟଗଡ଼ାର ଘଟଣା ପାଇଁ ଅପଯଶ ମୁଣ୍ଡାଇଛି ରାଜ୍ୟ। ଯାହାର ବାସ୍ତବତାକୁ ଅନୁଭବ କରିବା କଷ୍ଟକର। ବାଲିଅନ୍ତା ଘଟଣା ଠୁବି ଭୟଙ୍କର। କଲ୍ୟାଣସିଂହପୁର ବର୍ବରତା ମାମଲାରେ ଶିକାର ହୋଇଥିବା ଯୁବକ ଓ ଯୁବତୀଙ୍କୁ ଆକ୍ରମଣର ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ। ଜୁନ ୧୬ ତାରିଖ। ସଂଧ୍ୟା । NGO ସଂସ୍ଥାର ସ୍ୱେଚ୍ଛାସେବୀ ଦିଲ୍ଲୀର ଯୁବତୀ ଏବଂ ଗୁଜରାଟର ଜଣେ ସାଥୀ ଯୁବତୀ ଏକ ସ୍କୁଟିରେ କନ୍ଧମାଳର ଦାରିଙ୍ଗବାଡ଼ିରୁ କଳାହାଣ୍ଡିର ଥୁଆମୂଳରାମପୁରକୁ ଫେରୁଥିଲେ। କଲ୍ୟାଣସିଂହପୁର ଅଞ୍ଚଳରେ ପହଞ୍ଚିବା ବେଳକୁ ପ୍ରାୟ ହୋଇ ସାରିଥିଲା ସନ୍ଧ୍ୟା ୭ଟା । ଗୁଗଲ୍ ମ୍ୟାପ୍ ସହାୟତାରେ ସର୍ଟକଟ୍ ଦେଇ ଯିବାକୁ ଉଭୟେ ଉଦ୍ୟମ କରି ନାଗାବଳୀ ନଦୀ କୂଳରେ ପହଞ୍ଚିଥିଲେ। ସେଠାରେ ଜଣେ ବୟସ୍କ ଲୋକ ସେମାନଙ୍କୁ ରାସ୍ତା ଭଲନଥିବା କହିଥିଲେ । ତେଣୁ ଉଭୟେ ପଛକୁ ଫେରିଥିଲେ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button