ତୃତୀୟ ଶ୍ରୀକ୍ଷେତ୍ର ରଥଯାତ୍ରାକୁ ଜଗିବ ଏଆଇ କ୍ୟାମେରା, ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ଚଳିତ ବର୍ଷ ତୃତୀୟ ଶ୍ରୀକ୍ଷେତ୍ର ରଥଯାତ୍ରାକୁ ଜଗିବ ଏଆଇ କ୍ୟାମେରା ,ବାଲେଶ୍ବରରୁ ନୀଳଗିରିକୁ ରଥଯାତ୍ରା ସମୟରେ ଗଡ଼ିବ ସ୍ବତନ୍ତ୍ର ବସ୍ । ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷରେ ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ନୀଳଗିରି ଉପ-ଜିଲ୍ଲାପାଳଙ୍କ ଅଧକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

କନକ ବ୍ୟୁରୋ : ଚଳିତ ବର୍ଷ ତୃତୀୟ ଶ୍ରୀକ୍ଷେତ୍ର ରଥଯାତ୍ରାକୁ ଜଗିବ ଏଆଇ କ୍ୟାମେରା ,ବାଲେଶ୍ବରରୁ ନୀଳଗିରିକୁ ରଥଯାତ୍ରା ସମୟରେ ଗଡ଼ିବ ସ୍ବତନ୍ତ୍ର ବସ୍ । ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷରେ ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ନୀଳଗିରି ଉପ-ଜିଲ୍ଲାପାଳଙ୍କ ଅଧକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ଉପସ୍ଥିତ ରହିଥିଲେ । ଆସନ୍ତା ୧୦ ତାରିଖ ସୁଦ୍ଧା ରଥର ସମସ୍ତ ନିର୍ମାଣ କାର୍ଯ୍ୟର ସମ୍ପନ୍ନ କରାଯିବ ବୋଲି ମୁଖ୍ୟ ମହାରଣା ପ୍ରକାଶକରିଥିଲେ ।ଖାଦ୍ୟ,ପାନୀୟ,ସ୍ବାସ୍ଥ୍ୟ,ଗମନାଗମନ,ଓ ରଥ ଟଣା କିପରି ସୁଚାରୁ ରୂପେ ପରିଚାଳନା କରାଯିବା ସେ ବାବଦରେ ଆଲୋଚନା କରାଯାଇଥିଲା ।
ନୀଳଗିରି ବିଧାୟକ ରଥ ଯାତ୍ରା ସମୟରେ ଚୋରି ରୋକିବା ସହ ରଥ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ନିଜସ୍ବ ପାଣ୍ଠିରୁ ୧୦ ଲକ୍ଷ ଖର୍ଚ୍ଚ କରି ଏଆଇ କ୍ୟାମେରାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ସେହିପରି ନୂଆ କରି ଚଳିତ ବର୍ଷ ବାଲେଶ୍ବର ସହରରୁ କିପରି ଶ୍ରଦ୍ଧାଳୁମାନେ ସୁବିଦ୍ଧାର ସହ ରଥଯାତ୍ରା ଦେଖିବା ପାଇଁ ଆସିବେ ସେଥିପାଇଁ ସ୍ବତନ୍ତ୍ର ଓଏସଆରଟିସିର ବସ୍ ଚଲାଯିବ ବୋଲି ଜିଲ୍ଲାପାଳ କହିଥିଲେ ।
ସୌଜନ୍ୟ KANAK NEWS




