
ନୂଆଦିଲ୍ଲୀ ୨୭।୦୬:ଆପଲ୍ ଭାରତ ସମେତ ସାରା ବିଶ୍ୱରେ ମ୍ୟାକବୁକ୍ ଠାରୁ ଆରମ୍ଭ କରି ଆଇପ୍ୟାଡ୍ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିଛି। କମ୍ପାନୀ ଏହି ଉତ୍ପାଦଗୁଡ଼ିକର ପ୍ରାରମ୍ଭିକ ମୂଲ୍ୟ୨୦ରୁ ୪୨%କୁବୃଦ୍ଧି କରିଛି। ଉଲ୍ଲେଖନୀୟ ଯେ,ମ୍ୟାକବୁକ୍ ପ୍ରୋର ମୂଳ ଭାରିଆଣ୍ଟର ମୂଲ୍ୟ୧ଲକ୍ଷକୁବୃଦ୍ଧି ପାଇଛି।ଆଇଫୋନ ନିର୍ମାତା ଆପଲ ଗୁରୁବାର ଆମେରିକାରେ ଏହାର ଆଇପ୍ୟାଡ୍ ଏବଂ ମ୍ୟାକ୍ବୁକ୍ ଦରରେ ୩୦୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି କରିଛି । ଭାରତରେ ଦର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇଛି ।
କମ୍ପାନିର କହିବାନୁସାରେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଶିଳ୍ପର ଡାଟା ସେଣ୍ଟର ନିର୍ମାଣ ଯୋଗୁ ମେମୋରୀ ଏବଂ ଷ୍ଟୋରେଜ୍ ଚିପ୍ ଚାହିଦା ବୃଦ୍ଧି ପାଇଛି । ଫଳରେ ଏଗୁଡ଼ିକର ଦାମ ବଢ଼ିଯାଇଛି । ପରିଣାମସ୍ୱରୂପ ମେମୋରୀ ଏବଂ ଷ୍ଟୋରେଜ୍ ଚିପ୍ ବାବଦ ଆପଲ୍ର ଖର୍ଚ୍ଚ ବଢ଼ିଛି । ତେଣୁ ଏବେ ଗ୍ରାହକଙ୍କୁ ବର୍ଦ୍ଧିତ ଦରରୁ ବଞ୍ଚାଇବା ସମ୍ଭବ ହୋଇନାହିଁ । ଏହି ନିଷ୍ପତ୍ତି ଦ୍ୱାରା ଆପଲ୍ର ସବୁଠୁ ବିକ୍ରିବହୁଳ ଉତ୍ପାଦ ଆଇଫୋନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । କମ୍ପାନିର ସବୁଠୁ କମ୍ ଦରଯୁକ୍ତ ଲାପ୍ଟପ ‘ନିୟୋ’ର ପ୍ରାରମ୍ଭିକ ଦର ଲଞ୍ଚିଂର କଛି ମାସ ପରେ ହିଁ ୫୯୯ ଡଲାରରୁ ବଢ଼ି ୬୯୯ ଡଲାର ହୋଇଯିବ ।
ଏହାବ୍ୟତୀତ ୫୧୨ ଗିଗାବାଇଟ୍ଯୁକ୍ତ ମାକ୍ବୁକ୍ ଏୟାର୍ ଦର ୨୦୦ ଡଲାର ବଢ଼ିଯାଇଛି । ଅନ୍ୟପକ୍ଷରେ, ୧ ଟେରାବାଇଟ୍ ଷ୍ଟୋରେଜ୍ଯୁକ୍ତ ମାକ୍ବୁକ୍ ପ୍ରୋ ଦରରେ ୩୦୦ ଡଲାର ବୃଦ୍ଧି ଘଟିଛି । ଆପଲ ଏହାର ହୋମ୍ପଡ୍ ସ୍ମାର୍ଟ ସ୍ପିକରର ଦୁଇଟି ଭର୍ସନ ଏବଂ ଆପଲ ଟିଭି ସେଟ୍-ଟପ୍ ବକ୍ସ ଦରରେ ବି ବୃଦ୍ଧି କରିଛି । ଏହି ଘୋଷଣା ପରେ ଆପଲ୍ର ସେୟାର ପ୍ରାୟ ୫% ଖସିଯାଇଛି । ଅନ୍ୟପକ୍ଷରେ, ପ୍ରତିଦ୍ୱନ୍ଦ୍ୱୀ କମ୍ପାନି ଡେଲ୍ର ସେୟାର ୮%ରୁ ଅଧିକ ଖସିଛି । ଏକ ବୟାନ ଜାରି କରି ଆପଲ କହିଛି ଯେ, କୌଣସି ଉପକରଣ ଦରରେ ଏତେ ମାତ୍ରାରେ ବୃଦ୍ଧି ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା । ଏଯାବତ ଗ୍ରାହକଙ୍କୁ ଏହି ଦରବୃଦ୍ଧିର ପ୍ରଭାବରୁ ବଞ୍ଚାଇ ରଖିଥିଲୁ କିନ୍ତୁ ଏବେ ପରିସ୍ଥିତି ଏଭଳି ହୋଇଛି ଯେ, ଆଇପ୍ୟାଡ୍ ଏବଂ ମ୍ୟାକ୍ ସହିତ କେତେକ ପ୍ରଡକ୍ଟ ଦରରେ ବୃଦ୍ଧି ଆରମ୍ଭ କରିଛୁ । ବଜାର ବିଶେଷଜ୍ଞଙ୍କ କହିବାନୁସାରେ, ଆଗକୁ ଆଇଫୋନ୍ ଦର ବଢ଼ିପାରେ । ଗବେଷଣା ସଂସ୍ଥା ଆଇଡିସିର ବରିଷ୍ଠ ଗବେଷଣା ନିର୍ଦ୍ଦେଶକ ନବୀଲା ପୋପଲ କୁହନ୍ତି ଯେ, ଆଗକୁ ଆଇଫୋନ ପାଳି ।
ସୌଜନ୍ୟ Prameya News7




