ଦେଶ ବିଦେଶ

“ଭାରତୀୟ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିବାକୁ ଚାହେଁ”, ୯୪ ବର୍ଷୀୟା ବୃଦ୍ଧା ଛାଡ଼ିଲେ ଆମେରିକା ନାଗରିକତା

ବାପଟଲା ଜିଲ୍ଲାର ଚିନ୍ତାଗୁମ୍ପଲା ଗାଁର ବାସିନ୍ଦା ମହାଲକ୍ଷ୍ମମ୍ମା, ନିଜ ସ୍ୱାମୀ ନାଗଭୂଷଣମଙ୍କ ମୃତ୍ୟୁ ପରେ ନିଜ ପୁଅଙ୍କ ସହ ରହିବା ପାଇଁ ଆମେରିକା ଚାଲିଯାଇଥିଲେ । ତାଙ୍କ ପୁଅ ଆମେରିକାରେ ଜଣେ କର୍କଟ ରୋଗ ବିଶେଷଜ୍ଞ । ମହିଳା ଜଣକ ଜୁଲାଇ, ୨୦୦୦ ମସିହାରେ ଆମେରିକାର ନାଗରିକତା ଗ୍ରହଣ କରିଥିଲେ ।

ନୂଆଦିଲ୍ଲୀ: ଦୁୁଇ ଦଶନ୍ଧି ବିଦେଶ ମାଟିରେ ବିତିଗଲା । ନାଗରିକତା ବି ଛାଡ଼ି ଦେଇଥିଲେ । କିନ୍ତୁ ଜୀବନର ଶେଷ ସମୟ ନିଜ ମାଟିରେ ବିତାଇବାର ମୋହରେ ନେଇ ବଡ଼ ନିଷ୍ପତ୍ତି । ଆନ୍ଧ୍ରପ୍ରଦେଶର ଜଣେ ବୟସ୍କ ମହିଳା ଭାରତୀୟ ଭାବରେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିପାରିବା ଆଶାରେ ନିଜର ଆମେରିକୀୟ ନାଗରିକତା ଛାଡ଼ିଛନ୍ତି । ୯୦ ବର୍ଷରୁ ଅଧିକ ବୟସ୍କର ଏହି ମହିଳା ଜଣକ ଯଥାଶୀଘ୍ର ତାଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଉ ବୋଲି ନିବେଦନ କରିଛନ୍ତି ।

ବାପଟଲା ଜିଲ୍ଲାପାଳ ଭି.ବିନୋଦ କୁମାର ଶୁକ୍ରବାର କହିଛନ୍ତି, କେ.ମହାଲକ୍ଷ୍ମମ୍ମା ନାମକ ଜଣେ ମହିଳା ଆନ୍ଧ୍ରପ୍ରଦେଶରେ ଥିବା ନିଜର ଭିଟାମାଟିକୁ ଫେରିବା ପାଇଁ ଆମେରିକା ନାଗରିକତା ଛାଡ଼ିଛନ୍ତି । ଜଣେ ଭାରତୀୟ ନାଗରିକ ଭାବରେ ପ୍ରାଣତ୍ୟାଗ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ୯୪ ବର୍ଷୀୟା ମହାଲକ୍ଷ୍ମମ୍ମା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆମେରିକାରେ ରହୁଥିଲେ ।

ଜିଲ୍ଲାପାଳ ବିନୋଦ କୁମାର କହିଛନ୍ତି, “ସେ ନିଜର ଶେଷ ସମୟ ନିଜ ଦେଶ ଏବଂ ନିଜ ଗାଁରେ ବିତାଇବାକୁ ଚାହୁଁଥିଲେ ଏବଂ ତାଙ୍କର ଇଚ୍ଛା ଥିଲା ଯେ ତାଙ୍କର ଶେଷ ସଂସ୍କାର ମଧ୍ୟ ସେଇଠି ହେଉ । ଏହା ଏକ ଅତ୍ୟନ୍ତ ଭାବପୂର୍ଣ୍ଣ ମୁହୂର୍ତ୍ତ ଥିଲା ।”

ବାପଟଲା ଜିଲ୍ଲାର ଚିନ୍ତାଗୁମ୍ପଲା ଗାଁର ବାସିନ୍ଦା ମହାଲକ୍ଷ୍ମମ୍ମା, ନିଜ ସ୍ୱାମୀ ନାଗଭୂଷଣମଙ୍କ ମୃତ୍ୟୁ ପରେ ନିଜ ପୁଅଙ୍କ ସହ ରହିବା ପାଇଁ ଆମେରିକା ଚାଲିଯାଇଥିଲେ । ତାଙ୍କ ପୁଅ ଆମେରିକାରେ ଜଣେ କର୍କଟ ରୋଗ ବିଶେଷଜ୍ଞ । ମହିଳା ଜଣକ ଜୁଲାଇ, ୨୦୦୦ ମସିହାରେ ଆମେରିକାର ନାଗରିକତା ଗ୍ରହଣ କରିଥିଲେ । ସେ ବହୁ ବର୍ଷ ଧରି ଆମେରିକାରେ ରହିବା ପରେ, ୨୦୧୮ ମସିହାରେ ନିଜ ପରିବାର ସହ ଭାରତ ଫେରିଆସିଥିଲେ । ନାଗରିକତା ଆଇନ ଅନୁଯାୟୀ, ଭାରତୀୟ ନାଗରିକତା ଚାହୁଁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜିଲ୍ଲା କଲେକ୍ଟରଙ୍କ ସମ୍ମୁଖରେ ଭାରତର ସମ୍ବିଧାନ ପ୍ରତି ନିଷ୍ଠାର ଶପଥ ନେବାକୁ ପଡିଥାଏ । ମହାଲକ୍ଷ୍ମମ୍ମା ମଧ୍ୟ ଏହି ଶପଥ ନେଇଥିଲେ । ଶପଥ ଗ୍ରହଣ କରିବା ପରେ, ଫର୍ମ III ଏବଂ ଫର୍ମ VIIକୁ ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button