ଖେଳଜାତୀୟ

Messi Record: ପୁଣି ମେସି ମ୍ୟାଜିକ୍‌: ଲାଗାତାର ୭ ବିଶ୍ବକପ୍‌ରେ ଗୋଲ୍‌ ଦେବାରେ ପ୍ରଥମ ଖେଳାଳି

ଆର୍ଜେଣ୍ଟିନାର ମହାନ୍‌ ଫୁଟ୍‌ବଲର୍‌ ଲିଓନେଲ୍‌ ମେସିଙ୍କ ମ୍ୟାଜିକ୍‌ ପୁଣି ଥରେ ଚଳିତ ଫିଫା ବିଶ୍ବକପ୍‌ରେ ଦେଖିବାକୁ ମିଳିଛି। ଜୋର୍ଡାନ୍‌ ବିପକ୍ଷ ରବିବାର ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଖେଲି ନଥିବା ମେସି ଦ୍ବିତୀୟାର୍ଦ୍ଧରେ ପଡ଼ିଆକୁ ଓହ୍ଲାଇଥିଲେ।

ଡାଲାସ: ଆର୍ଜେଣ୍ଟିନାର ମହାନ୍‌ ଫୁଟ୍‌ବଲର୍‌ ଲିଓନେଲ୍‌ ମେସିଙ୍କ ମ୍ୟାଜିକ୍‌ ପୁଣି ଥରେ ଚଳିତ ଫିଫା ବିଶ୍ବକପ୍‌ରେ ଦେଖିବାକୁ ମିଳିଛି। ଜୋର୍ଡାନ୍‌ ବିପକ୍ଷ ରବିବାର ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଖେଲି ନଥିବା ମେସି ଦ୍ବିତୀୟାର୍ଦ୍ଧରେ ପଡ଼ିଆକୁ ଓହ୍ଲାଇଥିଲେ। ୫୯ତମ ପଡ଼ିଆକୁ ବଦଳ ଖେଳାଳି ଭାବେ ପଡ଼ିଆ ମଧ୍ୟକୁ ପ୍ରବେଶ କରିଥିବା ମେସି ୮୦ତମ ମିନିଟ୍‌ରେ ନିଜର ମ୍ୟାଜିକ୍‌ ଦେଖାଇଥିଲେ। ଏକ ଫ୍ରିକିକ୍‌କୁ ସେ ସିଧାସଳଖ ଜୋର୍ଡାନ ଗୋଲ୍‌ପୋଷ୍ଟ୍‌କୁ ପଠାଇ ଲଗାତାର ୭ ବିଶ୍ବକପ୍‌ ମ୍ୟାଚ୍‌ରେ ଗୋଲ୍‌ କରିବାର ଅନନ୍ୟ ରେକର୍ଡ କରିଥିଲେ। ଏଥିସହ ମେସି ଲଗାତାର ବିଶ୍ବକପ୍‌ ମ୍ୟାଚ୍‌ରେ ଗୋଲ୍‌ କରିବାରେ ଫ୍ରାନ୍ସର ଜ‌ଷ୍ଟ ଫୋଣ୍ଟାଏନ୍‌ ଓ ବ୍ରାଜିଲର ଜୟରଜିନୋଙ୍କୁ ପଛରେ ପକାଇ ଦେଇଛନ୍ତି। ହ୍ୟାଟ୍ରିକ୍‌ ଗୋଲ୍‌ରୁ ଚଳିତ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିବା ଦ୍ବିତୀୟରେ ୨ ଓ ଏହି ମ୍ୟାଚ୍‌ରେ ଗୋଟିଏ ଗୋଲ୍‌ କରିଛନ୍ତି।

ଆର୍ଜେଣ୍ଟିନାର ହ୍ୟାଟ୍ରିକ୍‌ ବିଜୟ

ଗତ କତର ସଂସ୍କରଣରେ ସେ ‌ଅଷ୍ଟ୍ରେଲିଆ (ପ୍ରିକ୍ବାର୍ଟର) ନେଦରଲାଣ୍ଡ୍‌ସ (କ୍ବାର୍ଟର), କ୍ରୋଏସିଆ (ସେମିଫାଇନାଲ୍‌) ବିପକ୍ଷରେ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ଫ୍ରାନ୍ସ ବିପକ୍ଷ ଫାଇନାଲ୍‌ରେ ୨ଟି ଗୋଲ୍‌ କରିଥିଲେ। ଚଳିତ ବିଶ୍ବକପ୍‌ରେ ମେସି ଏପର୍ଯ୍ୟନ୍ତ ୬ ଗୋଲ୍‌ କରି ଗୋଲ୍‌ଡେନ୍‌ ବୁଟ୍‌ ଦୌଡ଼ରେ ଆଗରେ ରହିଛନ୍ତି। ଏଥିସହ ସେ ବିଶ୍ବକପ୍‌ରେ ନିଜ ଗୋଲ୍‌ ସଂଖ୍ୟାକୁ ୧୯ରେ ପହଞ୍ଚାଇଛନ୍ତି। ପୂର୍ବରୁ ନକ୍‌ଆଉଟ୍‌ ସ୍ଥାନ ନିଶ୍ଚିତ କରି ସାରିଥିବା ଆର୍ଜେଣ୍ଟିନା ରବିବାର ନୂଆ ଚାଲ୍‌ରେ ପଡ଼ିଆକୁ ଓହ୍ଲାଇଥିଲା। ୨୦୦୬ ଜୁନ୍‌ ୩୦ ତାରିଖ ପରେ ମେସିଙ୍କୁ ପ୍ରଥମ ଥର ଲାଗି ପ୍ରାରମ୍ଭିକ ଏକାଦଶରେ ସ୍ଥାନ ନ ଦେଇ ଖେଳିଥିବା ବିଶ୍ବ ବିଜେତା ଆର୍ଜେଣ୍ଟିନାକୁ ୧୯ତମ ମିନିଟ୍‌ ରେ ଅଗ୍ରଣୀ ଦେଇଥିଲେ ଜିଓଭାନେ ଲୋ ସେଲ୍‌ସୋ। ଏହାପରେ ଦଳକୁ ମିଳିଥିବା ପେନାଲ୍‌ଟିକୁ ଲୌଟାରୋ ମାର୍ଟିନେଜ୍‌ ସଫଳତାର ଗୋଲ୍‌ କରିଦେଇ ଅର୍ଜେଣ୍ଟିନା ପ୍ରଥମାର୍ଦ୍ଧକୁ ୨-୦ରେ ନିଜ ପକ୍ଷରେ ରଖିଥିଲା। ଦ୍ବିତୀୟାର୍ଦ୍ଧରେ ପଡ଼ିଆକୁ ଆସିଥିବା ମେସି ୮୦ତମ ମିନିଟ୍‌ରେ ଗୋଲ୍‌ କରି ଦଳକୁ ହ୍ୟାଟ୍ରିକ୍‌ ବିଜୟ ଭେଟି ଦେଇଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button