ଖେଳଜାତୀୟ

India vs Ireland 2nd T20I: ରୋମାଞ୍ଚକର ମୁକାବିଲା: ଭାରତ ବିପକ୍ଷରେ ୧ ରନ୍‌ରେ ଜିତିଲା ଆର୍ୟଲାଣ୍ଡ

ଭାରତ ଏବଂ ଆର୍ୟଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଶେଷ ମୁକାବିଲା ରୋମାଞ୍ଚକର ହୋଇଛି। ବେଲଫାଷ୍ଟର ସିଭିଲ ସର୍ଭିସ କ୍ରିକେଟ କ୍ଲବରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆର୍ୟଲାଣ୍ଡ ୧ ରନ୍‌ରେ ଜିତିଛି।

ବେଲଫାଷ୍ଟ: ଭାରତ ଏବଂ ଆର୍ୟଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଶେଷ ମୁକାବିଲା ରୋମାଞ୍ଚକର ହୋଇଛି। ବେଲଫାଷ୍ଟର ସିଭିଲ ସର୍ଭିସ କ୍ରିକେଟ କ୍ଲବରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆର୍ୟଲାଣ୍ଡ ୧ ରନ୍‌ରେ ଜିତିଛି। ଏଥି ସହିତ ଘରୋଇ ଦଳ ଶୃଙ୍ଖଳାକୁ ୨-୦ରେ ଅକ୍ତିଆର କରିଛି। ଭାରତ ବିପକ୍ଷରେ ଶୃଙ୍ଖଳା ବିଜୟ ହାସଲ କରି ଆର୍ୟଲାଣ୍ଡ ଇତିହାସ ରଚିଛି। ପ୍ରଥମ ଟି-୨୦ରେ ଭାରତକୁ ଆର୍ୟଲାଣ୍ଡ ୩୪ ରନ୍‌ରେ ପରାସ୍ତ କରିଥିଲା।

ଭାରତୀୟ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଘରୋଇ ଦଳ ବ୍ୟାଟିଂ କରୁଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୫୪ ରନ୍‌ ସଂଗ୍ରହ କରିଥିଲା। ଭାରତକୁ ଏହି ମ୍ୟାଚ୍‌ ବିଜୟୀ ହେବା ପାଇଁ ୧୫୫ ରନ୍‌ର ଲକ୍ଷ୍ୟ ମିଳିଥିଲା। ଶ୍ରେୟସ ଆୟରଙ୍କ ଦଳ ୨୦ ଓଭରରେ ୯ଟି ୱିକେଟ୍‌ ହରାଇ ୧୫୩ ରନ୍‌ କରିଥିଲା।

ଆର୍ୟଲାଣ୍ଡ ପାଇଁ ଟିମ୍‌ ଟେକ୍ଟର ଏବଂ ରସ୍‌ ଆଦାଇର ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୧୭ ରନ୍‌ ସଂଗ୍ରହ କରିଥିଲେ। ଏହି ସ୍କୋରରେ ଟିମ୍‌ ଟେକ୍ଟରଙ୍କ ଯୋଗଦାନ ୫ ରନ୍‌ ଥିଲା। ସ୍କୋର ୨୧ ରନ୍‌ରେ ଭାରତର ଦ୍ବିତୀୟ ଶିକାର ହୋଇଥିଲେ ଆଦାଇର, ଯିଏକି ବ୍ୟକ୍ତିଗତ ଭାବେ ୧୬ ରନ୍‌ କରିଥିଲେ। ସେହିପରି ଆର୍ୟଲାଣ୍ଡ ୪୮ ରନ୍‌ରେ ତୃତୀୟ ୱିକେଟ୍‌ ଭାବେ ଲୋର୍କାନ ଟକରଙ୍କୁ ହରାଇଥିଲା। ସେ ୧୮ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ ୧୫ ରନ୍‌ ସଂଗ୍ରହ କରିଥିଲେ।

ଆର୍ୟଲାଣ୍ଡ ଚତୁର୍ଥ ୱିକେଟରେ ୬୫ ରନ୍‌ର ଭାଗିଦାରୀ କରିଥିଲା ଏବଂ ଏହି କାମ ହେରି ଟେକ୍ଟର ଏବଂ ବେଞ୍ଜାମିନଙ୍କ ଦ୍ବାରା ସମ୍ଭବ ହୋଇଥିଲା। ବେଞ୍ଜାମିନ ୨୩ଟି ବଲ୍‌ ଖେଳି ୩ଟି ଚୌକା ଏବଂ ୨ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୩୭ ରନ୍‌ ସଂଗ୍ରହ କରିଥିଲେ। ଆର୍ୟଲାଣ୍ଡ ପଞ୍ଚମ ୱିକେଟ ମଧ୍ୟ ୧୧୩ ରନ୍‌ରେ ହରାଇଥିଲା। ଗରେଥ ଡେଲାନି ଖାତା ଖୋଲି ନପାରି ପାଭିଲିଅନ ଫେରି ଯାଇଥିଲେ। ଜର୍ଜ ‌ଡକରେଲ ଆୁଉଟ ହେବା ପୂର୍ବରୁ ୧୯ ରନ୍‌ ସଂଗ୍ରହ କରିଥିଲେ। ସେ ୧୪ଟି ବଲ୍‌ ଖେଳି ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲେ।
ହେରି ଟେକ୍ଟର ଦଳ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୭ଟି ବଲ୍‌ର ସାମ୍ନା କରିଥିଲେ। ଏଥରୁ ୫ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ସେ ଭାରତର ୭ମ ଶିକାର ହୋଇଥିଲା ବେଳେ ଲିଆମ ମ୍ୟାକକାର୍ଥି ୮ମ ବ୍ୟାଟ୍ସମ୍ୟାନ୍‌ ଭାବେ ଆଉଟ୍‌ ହୋଇଥିଲେ। ଭାରତ ପକ୍ଷରୁ ପ୍ରିନ୍ସ ଯାଦବ ସର୍ବାଧିକ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ। ଦ୍ରୁତ ବୋଲର ଅର୍ଶଦୀପ ଏବଂ ଶିଭମ ଦୁବେଙ୍କୁ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ହର୍ଷିତ ରାଣାଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button