ରାଶିଫଳ

Horoscope Today : ଜୁଲାଇ ୪ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– କର୍ମକ୍ଷେତ୍ରରେ ନିଜ ଦକ୍ଷତା ପ୍ରଦର୍ଶନ କରି ପ୍ରଶଂସା ପାଇବେ। ଉଚ୍ଚ ପଦସ୍ଥଙ୍କ ସହଯୋଗ ମିଳିବ। ଅଟକିଥିବା ଧନ ଫେରି ପାଇବାର ସମ୍ଭାବନା ରହିଛି। ପରିବାରରେ ସୁଖଦ ପରିବେଶ ରହିବ। ବ୍ୟବସାୟରେ ଲାଭର ସୁଯୋଗ ମିଳିବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।

ବୃଷ– ଚାକିରି ଓ ବ୍ୟବସାୟରେ ପରିଶ୍ରମର ଉଚିତ ଫଳ ମିଳିବ। ଆବଶ୍ୟକ କାର୍ଯ୍ୟରେ ଧନ ବ୍ୟୟ ହେଲେ ମଧ୍ୟ ଆର୍ଥିକ ସ୍ଥିତି ସନ୍ତୁଳିତ ରହିବ। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଯାତ୍ରା ଶୁଭ ହୋଇପାରେ।

ମିଥୁନ– ଘାତ ଚନ୍ଦ୍ର ପ୍ରଭାବରୁ ମାନସିକ ଚାପ ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଭୁଲ ବୁଝାମଣାରୁ ଦୂରେ ରୁହନ୍ତୁ। ବଡ଼ ନିବେଶକୁ ସ୍ଥଗିତ ରଖନ୍ତୁ। ପରିବାରର ବୟସ୍କଙ୍କ ପରାମର୍ଶ ଉପକାରୀ ହେବ। ସନ୍ଧ୍ୟା ପରେ ପରିସ୍ଥିତି ସୁଧୁରିବ।

କର୍କଟ– ଦିନଟି ଆହ୍ବାନପୂର୍ଣ୍ଣ ରହିପାରେ। ଅନାବଶ୍ୟକ ଖର୍ଚ୍ଚ ଓ ଚିନ୍ତା ବଢ଼ିବ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ରଖନ୍ତୁ। ବାଦବିବାଦରୁ ଦୂରେଇ ରହିବା ଭଲ।

ସିଂହ– ଆତ୍ମବିଶ୍ୱାସ ବଢ଼ିବ ଏବଂ ଅଟକିଥିବା କାମରେ ସଫଳତା ମିଳିବ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ପରିବାରର ସହଯୋଗ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ।

କନ୍ୟା– କର୍ମକ୍ଷେତ୍ରରେ ସଫଳତା ଓ ସମ୍ମାନ ମିଳିବ। ଆର୍ଥିକ ଯୋଜନା ସଫଳ ହେବ। ପରିବାରରେ ଶୁଭ କାର୍ଯ୍ୟର ଆଲୋଚନା ହୋଇପାରେ। ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ। ଅନାବଶ୍ୟକ ଯୁକ୍ତିତର୍କକୁ ଏଡ଼ାନ୍ତୁ।

ତୁଳା– ଦିନଟି ମିଶ୍ର ଫଳଦାୟକ ରହିବ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ଧନ ଆସିବା ସହ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ପରିବାରରେ ସାମଞ୍ଜସ୍ୟ ରଖନ୍ତୁ। ଯାତ୍ରା ସମୟରେ ସତର୍କ ରୁହନ୍ତୁ।

ବିଛା– ଦିନଟି ମିଶ୍ର ରହିବ। ବ୍ୟବସାୟରେ ଲାଭ ହେଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ସକ୍ରିୟ ରହିବେ। ପରିବାରରେ ଧୈର୍ଯ୍ୟ ରଖନ୍ତୁ। ସ୍ୱାସ୍ଥ୍ୟରେ କ୍ଳାନ୍ତି ଅନୁଭବ କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ଧନୁ– ଦିନଟି ମିଶ୍ର ଫଳ ଦେବ। ଅଟକିଥିବା କାମ ଧୀରେ ଧୀରେ ସମ୍ପୂର୍ଣ୍ଣ ହେବ। ଧନ ଆସିଲେ ମଧ୍ୟ ସଞ୍ଚୟ କଷ୍ଟକର ହୋଇପାରେ। ପରିବାରରେ ଶାନ୍ତି ବଜାୟ ରଖନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ଲାଭ ମିଳିବ।

ମକର– ଦିନଟି ମିଶ୍ର ରହିବ। ଚାକିରିରେ ନୂଆ ସୁଯୋଗ ମିଳିପାରେ। ବ୍ୟବସାୟରେ ସାଧାରଣ ଲାଭ ହେବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ପରିବାରର ସହଯୋଗ ମିଳିବ।

କୁମ୍ଭ– ଚନ୍ଦ୍ର ରାଶିରେ ଥିବାରୁ ଆତ୍ମବିଶ୍ୱାସ ଓ ଉତ୍ସାହ ବଢ଼ିବ। କର୍ମକ୍ଷେତ୍ରରେ ସମ୍ମାନ ଓ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନୂଆ ଯୋଜନା ଆରମ୍ଭ କରିବା ପାଇଁ ଦିନଟି ଶୁଭ। ପରିବାରରେ ଆନନ୍ଦର ପରିବେଶ ରହିବ।

ମୀନ– ଦିନର ପ୍ରଥମ ଭାଗ ସାଧାରଣ ରହିବ, ପରେ କିଛି ମାନସିକ ଚାପ ଆସିପାରେ। ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ସ୍ୱାସ୍ଥ୍ୟ ଓ ବିଶ୍ରାମ ପ୍ରତି ଧ୍ୟାନ ଦିଅନ୍ତୁ। ଗୋପନ ଶତ୍ରୁଙ୍କ ପ୍ରତି ସତର୍କ ରୁହନ୍ତୁ। ଧାର୍ମିକ କାର୍ଯ୍ୟରେ ମନ ଲାଗିଲେ ମାନସିକ ଶାନ୍ତି ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button