ଅପରାଧଜାତୀୟ

ମୃତ୍ୟୁ ପଛରେ କଣ ରହିଛି ବ୍ୟକ୍ତିଗତ ରହସ୍ୟ ? ବିୟୁଟିଙ୍କ ଫୋନ୍ ଖୋଲିବ ସବୁ ଗୁମର

କଟକ ୦୬।୦୭ : କଟକ ଚାଉଳିଆଗଞ୍ଜ ଥାନା IIC ଇନସ୍ପେକ୍ଟର ଵିୟୁଟି ମହାନ୍ତି ଆତ୍ମହତ୍ୟା ଘଟଣା । ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି ପୋଲିସ । ଚାଉଳିଆଗଞ୍ଜ ଥାନାରେ ଵିୟୁଟିଙ୍କ ସ୍ବାମୀ, ତିନି ଭଉଣୀ ଓ ଭିଣୋଇଙ୍କ ଵୟାନ ରେକର୍ଡ କରାଯାଇଛି । ମୃତ୍ୟୁର ରହସ୍ୟ ବିୟୁଟିଙ୍କ ଫୋନରେ ଥିବା ଚର୍ଚ୍ଚା ହେଉଛି । ତେଣୁ ପୋଲିସ ତାହ୍କର ୨ଟି ଫୋନ୍ ଫରେନସିକ୍ ଯାଞ୍ଚ ପାଇଁ ପଠାଇଛି । କଲ୍ ରେକର୍ଡର ମଧ୍ୟ ଯାଞ୍ଚ କରାଯାଉଛି । ବ୍ୟକ୍ତିଗତ ସଂପର୍କ ଦିଗରେ ମଧ୍ୟ ଯାଞ୍ଚ କରାଯିବ । ବୁଧବାର ସୁଦ୍ଧା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ । ଏହାପରେ ତଦନ୍ତ ଆଗକୁ ବଢ଼ିବ ।

ଶନିବାର ଦିନ କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି ନିଜ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିଲେ । କୌଣସି କାରଣକୁ ନେଇ ଆତ୍ମହତ୍ୟା କରିଛନ୍ତି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତଥାପି ପରିବାର ଓ ସଂପର୍କୀୟମାନେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । କୁଆଡେ କାମର ଅଧିକ ଚାପ ଅନୁଭବ କରୁଥିଲେ । ଏପିରିକି ରବିବାର ଅପରାହ୍ନ ସମୟରେ ଓଡ଼ିଶା ପୋଲିସ ଅଫିସର ମହାସଂଘ ପ୍ରେସମିଟ୍ କରିଥିଲା । ଯେଉଁଥିରେ ସଂଘ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିବା ସହ ୩୦ ଦିନ ମଧ୍ୟରେ ରିପୋର୍ଟକୁ ଆସର୍ବଜନୀନ କରିବାକୁ ଦାବି କରିଥିଲା ।

ଏପଟେ ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ଘଟଣାରେ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଆତ୍ମହତ୍ୟା ଘଟଣାରେ କମିଶନରେଟ୍ ପୋଲିସ ଜଣଙ୍କୁ ଅଟକ ରଖି ଜେରା କରିଥିଲା । ଜେରା ହୋଇଥିବା ବ୍ୟକ୍ତି ଜଣଙ୍କ ପୋଲିସ ବିଭାଗର ଜଣେ କର୍ମଚାରୀ ବୋଲି ଜଣାପଡିଛି । ଅଜ୍ଞାତ ସ୍ଥାନରେ ଅଟକ ରଖି ଜେରା କରିଛି ପୋଲିସ । ଅଟକ ବ୍ୟକ୍ତିଙ୍କୁ ମୋବାଇଲ ମଧ୍ୟ ଯାଞ୍ଚ କରୁଛି ପୋଲିସ ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button