ଅପରାଧଜାତୀୟ

Rishikesh Crime: ମଦ୍ୟପ ପୁଅର ନିର୍ମମ କାଣ୍ଡ, ମାଆ ମୁଣ୍ଡକୁ ଗୁଳିମାରି କଲା ହତ୍ୟା

ଋଷିକେଶର ପଶୁଲୋକ ଅଞ୍ଚଳରେ ଜଣେ ମଦ୍ୟପ ପୁଅ ନିଜ ମାଆଙ୍କୁ ଗୁଳି କରି ଗୁରୁତର କରିଛି। ସୁମିତ ଗୌଡ଼ ନାମକ ଅଭିଯୁକ୍ତ ବନ୍ଧୁକ ମାଡ଼ରେ ମାଆ ଉଷା ଦେବୀ ଏବେ ଏମ୍ସରେ ଚିକିତ୍ସିତ ହେଉଛନ୍ତି।

ଋଷିକେଶ: ଦେରାଦୁନ ଜିଲ୍ଲାର ଋଷିକେଶ ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୩୨ ବର୍ଷୀୟ ପୁଅ ନିଜର ୬୩ ବର୍ଷୀୟା ମାଆଙ୍କୁ ଗୁଳି କରି ଗୁରୁତର ଆହତ କରିଛି। ବର୍ତ୍ତମାନ ଆହତ ମହିଳା ଜଣକ ଏମ୍ସ (AIIMS) ଋଷିକେଶରେ ଚିକିତ୍ସିତ ହେଉଛନ୍ତି।

ଜୁଲାଇ ୫ ତାରିଖରେ ଋଷିକେଶ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି। ସୁମିତ ଗୌଡ଼ ନାମକ ଜଣେ ଯୁବକ ତାଙ୍କ ମାଆ ଉଷା ଦେବୀଙ୍କ ସହ କୌଣସି କଥାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏହି ବିବାଦ ଏତେ ଉଗ୍ର ହୋଇଥିଲା ଯେ ସୁମିତ ଏକ ୧୨ ବୋରର ବନ୍ଧୁକ ବାହାର କରି ମାଆଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ। ସ୍ଥାନୀୟ ଲୋକଙ୍କ ଦ୍ବାରା ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ସୁମିତ ନିଶାଗ୍ରସ୍ତ ରହୁଥିଲେ। ତାଙ୍କର ଏହି ମଦ୍ୟପାନ ଅଭ୍ୟାସକୁ ନେଇ ମାଆ ଉଷା ଦେବୀ ପ୍ରାୟତଃ ତାଙ୍କୁ ତାଗିଦ୍ କରୁଥିଲେ, ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା।

ପୋଲିସର କାର୍ଯ୍ୟାନୁଷ୍ଠାନ

ଗୁଳି କରିବା ପରେ ସୁମିତ ନିଜେ ମାଆଙ୍କୁ ଚିକିତ୍ସା ପାଇଁ ଏମ୍ସ ଋଷିକେଶ ନେଇଥିଲେ। ସେଠାରୁ ପୋଲିସ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି। ଆହତ ମହିଳାଙ୍କ ଅନ୍ୟ ପୁଅ ଅମିତ ଗୌଡ଼ଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି। ଏବେ ପୋଲିସ ଘଟଣାର ଗଭୀର ତଦନ୍ତ କରୁଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ମାଆ-ପୁଅର ସମ୍ପର୍କରେ ଏଭଳି ରକ୍ତପାତ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନିଶାଗ୍ରସ୍ତ ମାନସିକତା କିଭଳି ପାରିବାରିକ ସମ୍ପର୍କକୁ ଧ୍ୱଂସ କରିପାରେ, ଏହା ତାହାର ଏକ ଦୁଃଖଦ ଉଦାହରଣ ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button