ରାଜ୍ୟ

Neglect: କେବେ ସୁଧୁରିବ ଭଞ୍ଜ ମାର୍କେଟର ଡ୍ରେନେଜ୍ ବ୍ୟବସ୍ଥା? ମୁକ୍ତ ଶୌଚାଳୟ ପାଲଟିଛି ଡ୍ରେନ୍‌

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହରର ଭଞ୍ଜ ମାର୍କେଟ ପରିସରରେ ଥିବା ଡ୍ରେନେଜ୍ ବ୍ୟବସ୍ଥା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହଛି। ଜଗନ୍ନାଥ ମନ୍ଦିର ନିକଟରୁ ଆରମ୍ଭ ହୋଇ ଭଞ୍ଜ ମାର୍କେଟ, ଏସ୍‌ବିଆଇ ଏଟିଏମ୍, ଆହାର...

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ସହରର ଭଞ୍ଜ ମାର୍କେଟ ପରିସରରେ ଥିବା ଡ୍ରେନେଜ୍ ବ୍ୟବସ୍ଥା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହଛି। ଜଗନ୍ନାଥ ମନ୍ଦିର ନିକଟରୁ ଆରମ୍ଭ ହୋଇ ଭଞ୍ଜ ମାର୍କେଟ, ଏସ୍‌ବିଆଇ ଏଟିଏମ୍, ଆହାର କେନ୍ଦ୍ର ହୋଇ ତହସିଲ କାର୍ଯ୍ୟାଳୟ ପରିସର ପର୍ଯ୍ୟନ୍ତ ସଂଯୋଗ କରୁଥିବା ଏହି ଡ୍ରେନ ଦୀର୍ଘଦିନ ଧରି ଅବହେଳିତ ହୋଇ ରହିଛି। ଡ୍ରେନ୍‌ର ବିଭିନ୍ନ ସ୍ଥାନ ଭାଙ୍ଗିଯାଇଥିବା ବେଳେ ଏହା ଅଳିଆ-ଆବର୍ଜନାରେ ପୂରି ରହିଛି। ଏଥିସହ କିଛି ଅସାମାଜିକ ବ୍ୟକ୍ତି ଏହାକୁ ମୁକ୍ତ ଶୌଚାଳୟ ଭାବେ ବ୍ୟବହାର କରୁଥିବାରୁ ସମଗ୍ର ଅଞ୍ଚଳରେ ଅସହ୍ୟ ଦୁର୍ଗନ୍ଧ ସୃଷ୍ଟି ହେଉଛି।

 

ବିଶେଷକରି ସନ୍ଧ୍ୟା ସମୟରେ ଏଠାରେ ଖାଦ୍ୟ ଠେଲା ଲାଗିଥାଏ ଓ ଅନେକ ଲୋକ ଖାଦ୍ୟ ଗ୍ରହଣ କରିଥାନ୍ତି। କିନ୍ତୁ ଡ୍ରେନରୁ ବାହାରୁଥିବା ଦୁର୍ଗନ୍ଧ ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଋତୁରେ ଡ୍ରେନ ଆବର୍ଜନାରେ ବନ୍ଦ ହୋଇ ପାଣି ଜମି ରହୁଥିବାରୁ ପରିସ୍ଥିତି ଆହୁରି ଗୁରୁତର ହେଉଛି। ଏହା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ମଶା ଓ ଅନ୍ୟାନ୍ୟ ରୋଗର ଆଶଙ୍କା ମଧ୍ୟ ବଢ଼ାଉଛି। ତେଣୁ ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଲୋକ ତୁରନ୍ତ ଡ୍ରେନର ସଫେଇ, ଭଙ୍ଗା ଅଂଶର ମରାମତି, ଆବର୍ଜନା ଅପସାରଣ ଏବଂ ମୁକ୍ତ ଶୌଚ ବନ୍ଦ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏନ୍‌ଏସି ପ୍ରଶାସନଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button