ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ପରେ CJPର ଆସିଲା ବଡ଼ ବୟାନ, କହିଲା…

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ ପେପର ଲିକ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯିବ। ସେ କହିଛନ୍ତି ଯେ ଯୁବବର୍ଗଙ୍କ ଭବିଷ୍ୟତ ସହିତ ଖେଳୁଥିବା କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଘୋଷଣା ଉପରେ କକ୍ରୋଚ ଜନତା ପାର୍ଟିର ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ପ୍ରଧାନମନ୍ତ୍ରୀ ମୋଦି ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, “ପେପର ଲିକ୍‌ ମାମଲାରେ ସମସ୍ତ ଦୋଷୀମାନଙ୍କୁ ଶୀଘ୍ରରୁ ଶୀଘ୍ର କଠୋର ଦଣ୍ଡ ଦେବା ପାଇଁ ଏବଂ ମାମଲାର ତ୍ୱରିତ ସମାଧାନ ପାଇଁ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯିବ। ଏହି ସମ୍ବନ୍ଧରେ ନିର୍ଦ୍ଦେଶ ଦିଆଯାଇଛି ଯେ ସମ୍ପୃକ୍ତ ବିଭାଗ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରନ୍ତୁ।”

କକ୍ରୋଚ ଜନତା ପାର୍ଟି ପକ୍ଷରୁ କୁହାଯାଇଛି ଯେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିବ। CJP ପକ୍ଷରୁ ଏହି ପୋଷ୍ଟରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ପରେ ମଧ୍ୟ ପ୍ରଦର୍ଶନକାରୀମାନେ ଜନ୍ତର-ମନ୍ତରରୁ ହଟିବେ ନାହିଁ ଏବଂ ସେମାନେ ସେମାନଙ୍କର ମୁଖ୍ୟ ଦାବିରେ ଅଟଳ ରହିବେ; ଯାହା ସେମାନେ ପ୍ରଥମ ଦିନରୁ କହିଆସୁଛନ୍ତି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button