Play ground: ଚାନ୍ଦା ଆଦାୟ କରି ଖେଳପଡ଼ିଆ କଲେ: ପ୍ରତିଶ୍ରୁତି ଦେଇ ଭୁଲିଗଲେ ନେତା, ପ୍ରଶାସନ
ଖେଳପଡ଼ିଆ ନିର୍ମାଣ ଲାଗି ବହୁବାର ପ୍ରଶାସନକୁ ନେହୁରା ହୋଇଛନ୍ତି। ସାଂସଦ ଓ ବିଧାୟକଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରତିଶ୍ରୁତି ଦେଇ ପ୍ରଶାସନ ଦିନଗଡ଼ାଇ ଚାଲିଲା।

ମାଲକାନଗିରି: ଖେଳପଡ଼ିଆ ନିର୍ମାଣ ଲାଗି ବହୁବାର ପ୍ରଶାସନକୁ ନେହୁରା ହୋଇଛନ୍ତି। ସାଂସଦ ଓ ବିଧାୟକଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରତିଶ୍ରୁତି ଦେଇ ପ୍ରଶାସନ ଦିନଗଡ଼ାଇ ଚାଲିଲା। ନେତା ବି ଭୁଲିଗଲେ। ଯୁବଗୋଷ୍ଠୀ ଚାନ୍ଦା ଆଦାୟ ସହ ନିଜେ ଶ୍ରମଦାନ କରି ନିର୍ମାଣ କଲେ ଖେଳପଡ଼ିଆ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ମେକ୍କା ପଞ୍ଚାୟତର କାଦପଦର ଗ୍ରାମର ଯୁବକଙ୍କ ଏହି ପଦକ୍ଷେପ ପ୍ରତି ସହଯୋଗର ହାତ ବଢ଼ାଇଛନ୍ତି ଗ୍ରାମବାସୀ।
ପ୍ରତିଶ୍ରୁତି ଦେଇ ଭୁଲିଗଲେ ନେତା, ପ୍ରଶାସନ
ସହଯୋଗର ହାତ ବଢ଼ାଇଲେ ଗ୍ରାମବାସୀ
ସୂଚନାଯୋଗ୍ୟ, ଗ୍ରାମରେ ସ୍ଥାୟୀ ଖେଳପଡ଼ିଆ ନଥିବାରୁ ଯୁବବର୍ଗ ଓ ଛାତ୍ରଛାତ୍ରୀ କ୍ରୀଡ଼ା ଅଭ୍ୟାସରୁ ବଞ୍ଚିତ ହେଉଥିଲେ। ମନରେଗାରେ ପ୍ରତ୍ୟେକ ପଞ୍ଚାୟତରେ ସରକାର ଖେଳପଡ଼ିଆ କରିବାକୁ ଘୋଷଣା କରିବା ପରେ ଗ୍ରାମର ଯୁବକ ବ୍ଲକ୍ ପ୍ରଶାସନକୁ ଲିଖିତ ଭାବେ ଅବଗତ କରିଥିଲେ। ବହୁବାର ନିବେଦନ ସତ୍ତ୍ବେ ବ୍ଲକ୍ ପ୍ରଶାସନ କିଛି ପଦକ୍ଷେପ ନ ନେବାରୁ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରିଥିଲେ। ତଥାପି କୌଣସି ସୁଫଳ ମିଳିନଥିଲା। ଏ ସମ୍ପର୍କରେ ଯୁବବର୍ଗ ସାଂସଦ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କେହି ବି ସହଯୋଗର ହାତ ନ ବଢ଼ାଇବାରୁ ଶେଷରେ ନିଜେ ଅଣ୍ଟା ଭିଡ଼ିଛନ୍ତି ଯୁବଗୋଷ୍ଠୀ।
ସୌଜନ୍ୟ ସମ୍ବାଦ




