ରାଜ୍ୟ

Rainfall: ଜୁଲାଇରେ ୧୭% ଅଧିକ ବର୍ଷା: ଉତ୍ତରରେ ବର୍ଷୁଛି, ଦକ୍ଷିଣରେ ନିଅଣ୍ଟିଆ

ଜୁଲାଇ ମାସରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ମାସର ୩୧ ଦିନ ମଧ୍ୟରେ ସ୍ବାଭାବିକ ବର୍ଷା ପରିମାଣ ୩୪୧.୪ ମିମି ରହିବା କଥା। ମାତ୍ର ଆଜି ସୁଦ୍ଧା ସ୍ବାଭାବିକଠାରୁ ୧୭ ମିମି ଅଧିକ ବର୍ଷା ହୋଇ ସାରିଲାଣି।

ଭୁବନେଶ୍ବର: ଜୁଲାଇ ମାସରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ମାସର ୩୧ ଦିନ ମଧ୍ୟରେ ସ୍ବାଭାବିକ ବର୍ଷା ପରିମାଣ  ୩୪୧.୪ ମିମି ରହିବା କଥା। ମାତ୍ର ଆଜି ସୁଦ୍ଧା ସ୍ବାଭାବିକଠାରୁ ୧୭ ମିମି ଅଧିକ ବର୍ଷା ହୋଇ ସାରିଲାଣି। ବାଲେଶ୍ବର, ଭଦ୍ରକମୟୂରଭଞ୍ଜକେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ବାଭାବିକ ତୁଳନାରେ ବହୁତ ଅଧିକ ବର୍ଷା ହୋଇଛି। ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ପରିମାଣ ସ୍ବାଭାବିକ ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଚିନ୍ତାର କାରଣ ପାଲଟିଛି। ଗଜପତିକଳାହାଣ୍ଡିଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।

ଗତ ଗୋଟିଏ ସପ୍ତାହର ଚିତ୍ରକୁ ଦେଖିଲେ ନିଅଣ୍ଟିଆ ବର୍ଷା ପରିମାଣ ସ୍ପଷ୍ଟ ଅନୁମେୟ। ଦକ୍ଷିଣ ଓ ଦକ୍ଷିଣ-ଆଭ୍ୟନ୍ତରୀଣ ଓଡ଼ିଶାରେ ଯେଉଁ ପରିମାଣର ବର୍ଷା ହେବା କଥା ତାହା ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ। ମୌସୁମୀ ଆଗମନ ସମୟରେ ସାମାନ୍ୟ ଅଧିକ ବର୍ଷା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବର୍ଷା ପରିମାଣ କମିଯାଇଛି। ‌ତେଣୁ ଚାଷ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି। ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ ୧୫ଟି ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି। କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼ ଓ ମାଲକାନଗିରି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିମାଣ ଅଧିକ ରହିଛି। ଯେତେବେଳେ କି କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା, ମୟୂରଭଞ୍ଜ, ପୁରୀ, ଖୋରଧାରେ ନିଅଣ୍ଟିଆ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button