ରାଜ୍ୟ
Barapada Engineering College Protest: ବରପଦା ଇଂଜିନିୟରିଂ କଲେଜ ଆନ୍ଦୋଳନରତ କର୍ମଚାରୀଙ୍କୁ ଘଉଡ଼ାଇଲା ପୁଲିସ
ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜରେ ଦୁର୍ନୀତି ଅଭିଯୋଗକୁ ନେଇ ଆନ୍ଦୋଳନ କରୁଥିବା କର୍ମଚାରୀଙ୍କୁ ପୁଲିସ ହଟାଇ ଦେଇଛି। ଦୁର୍ନୀତିର ତଦନ୍ତ ନହେଲେ ଆନ୍ଦୋଳନ ଜାରି ରଖିବାକୁ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

ଭଦ୍ରକ (ହରିହର ନାୟକ): ଗତ ୫ ଦିନ ଧରି ମହାବିଦ୍ୟାଳୟର ଦୁର୍ନୀତି ଓ ସମସ୍ୟାର ସମାଧାନ ନେଇ ବରପଦା ଇଂଜିନିୟରିଂ କଲେଜ ସମ୍ମୁଖରେ ଆନ୍ଦୋଳନରତ କର୍ମଚାରୀମାନଙ୍କୁ ପୁଲିସ ବଳପୂର୍ବକ ହଟାଇଦେଇଛି। ଏହାକୁ ନେଇ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୌଜନ୍ୟ ସମ୍ବାଦ




