ରାଜ୍ୟ

Barapada Engineering College Protest: ବରପଦା ଇଂଜିନିୟରିଂ କଲେଜ ଆନ୍ଦୋଳନରତ କର୍ମଚାରୀଙ୍କୁ ଘଉଡ଼ାଇଲା ପୁଲିସ

ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜରେ ଦୁର୍ନୀତି ଅଭିଯୋଗକୁ ନେଇ ଆନ୍ଦୋଳନ କରୁଥିବା କର୍ମଚାରୀଙ୍କୁ ପୁଲିସ ହଟାଇ ଦେଇଛି। ଦୁର୍ନୀତିର ତଦନ୍ତ ନହେଲେ ଆନ୍ଦୋଳନ ଜାରି ରଖିବାକୁ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

ଭଦ୍ରକ (ହରିହର ନାୟକ):  ଗତ ୫ ଦିନ ଧରି ମହାବିଦ୍ୟାଳୟର ଦୁର୍ନୀତି ଓ ସମସ୍ୟାର ସମାଧାନ ନେଇ ବରପଦା ଇଂଜିନିୟରିଂ କଲେଜ ସମ୍ମୁଖରେ ଆନ୍ଦୋଳନରତ କର୍ମଚାରୀମାନଙ୍କୁ ପୁଲିସ ବଳପୂର୍ବକ ହଟାଇଦେଇଛି। ଏହାକୁ ନେଇ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପୁଲିସ ଗିରଫ କରିଥିବା କର୍ମଚାରୀମାନଙ୍କ ମଧ୍ୟରେ ଥିଲେ  ରଞ୍ଜନ କୁମାର ବିନ୍ଧାଣୀ, ପ୍ରଫୁଲ୍ଲ ଜେନା,ଲିଥାନିୟନ ସାହୁ,ରଶ୍ମୀ ରଞ୍ଜନ ପଣ୍ଡା, ଲଳିତେନ୍ଦୁ ନାୟକ, ସନାତନ ସାହୁ, ଶୁକଦେବ ବାରିକ୍,ସନ୍ତୁଷ ସେଠୀ, ରବୀନ୍ଦ୍ର ଜେନା, ହରିହର ମୁଖି, ପ୍ରତାପ ମହାନ୍ତି, ରାଜକିଶୋର ସାହୁ, ପଦ୍ମନାଭ ସ୍ବାଇଁ ପ୍ରମୁଖ। ଏହି କର୍ମଚାରୀଙ୍କୁ ପରେ ଥାନାରୁ ଛାଡ଼ି ଦିଆଯାଇଛି।
ଅପରପକ୍ଷରେ, ବରପଦା ଇଞ୍ଜିନିୟରିଂ କଲେଜ୍ ଦୁର୍ନୀତିର ତଦନ୍ତ କରାଯାଇ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀମାନେ ଚେତାବନୀ  ଦେଇଛନ୍ତି। ସେମାନଙ୍କ ଦାବି ପୂରଣ ନହେଲେ ଯେକୌଣସି ସମୟରେ କଲେଜରେ ତାଲା ଝୁଲାଇ ଦିଆଯିବ ବୋଲି କର୍ମଚାରୀମାନେ କହିଛନ୍ତି

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button