ରାଜ୍ୟ

Loot: ଭୋଜିକୁ ଯାଇଥିଲେ ପରିବାର, ଘର ତାଲା ଭାଙ୍ଗି ୭୦ ଭରି ସୁନା ଓ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଦେବେନ୍ଦ୍ର ପଣ୍ଡା ଗଞ୍ଜାମ ଜିଲ୍ଲାର ଶେରଗଡ଼ ଅଞ୍ଚଳରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଘରକୁ ଫେରିବା ପରେ ତାଙ୍କ ଘରେ ଲୁଟ୍ ହୋଇଥିବା ଜାଣିଥିଲେ ।

ଗୁଣୁପୁର, ୨୭।୭: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି । ଗାଁର ଦେବେନ୍ଦ୍ର ପଣ୍ଡାଙ୍କ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ପ୍ରାୟ ୭୦ ଭରି ସୁନା ଅଳଙ୍କାର ସହ ୨ ଲକ୍ଷ ଟଙ୍କା ନଗଦ ଚୋରି କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଦେବେନ୍ଦ୍ର ପଣ୍ଡା ଗଞ୍ଜାମ ଜିଲ୍ଲାର ଶେରଗଡ଼ ଅଞ୍ଚଳରେ ଥିବା ଜଣେ ସମ୍ପର୍କୀୟଙ୍କ ଘରର ଭୋଜିକୁ ଜୁଲାଇ ୨୨ ତାରିଖରୁ ପରିବାର ସହ ଘର ବନ୍ଦ କରି ଯାଇଥିଲେ। ତାଙ୍କ ଶ୍ବଶୁର ଘରେ ରହିଥିଲେ ଦେବେନ୍ଦ୍ର । ରବିବାର ଘରକୁ ଫେରିବା ପରେ ଘରର ତାଲା ଭଙ୍ଗା ଥିବା ଏବଂ ଆଲମିରାରେ ରଖାଯାଇଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି ହୋଇଥିବା ଦେଖି ସେ ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ ।

ଖବର ପାଇ ପଦ୍ମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ର ସହାୟତାରେ ତଦନ୍ତ ଆରମ୍ଭ କରିଛି । ଚୋରମାନଙ୍କୁ ଖୋଡିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଥିବା ବେଳେ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁଲିସ ତଦନ୍ତ ପରେ ଚୋରିର ପ୍ରକୃତ ପରିମାଣ ଓ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଧରଣୀଧର ପ୍ରଧାନ ସୂଚନା ଦେଇଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button