Jatra News: ସରିଥିଲା ଟିକେଟ୍ କଟା, ରେକର୍ଡ ଡ୍ୟାନ୍ସର ମଜା ନେଉଥିଲେ ଦର୍ଶକ…’ଅଭିମାନିନୀ ମୁଁ ଅଳକାନନ୍ଦାର’ ମଞ୍ଚକୁ ଆସିଲେନି ନାୟିକା ପୂଜା
ସରିଥିଲା ଟିକେଟ୍ କଟା, ରେକର୍ଡ ଡ୍ୟାନ୍ସର ମଜା ନେଉଥିଲେ ଦର୍ଶକ...'ଅଭିମାନିନୀ ମୁଁ ଅଳକାନନ୍ଦାର' ମଞ୍ଚକୁ ଆସିଲେନି ନାୟିକା ପୂଜା

ଭୁବନେଶ୍ୱର ୨୮/୦୭: କେଣାର୍କ ଗଣନାଟ୍ୟାର ମୁଖ୍ୟ ନାୟିକା ଫେରାର । ପ୍ରଥମ କ୍ୟାମ୍ପରେ ନାୟିକା ପୂଜା ଅନୁପସ୍ଥିତ । ତେବେ କାହିଁକି ନାୟିକା ପୂଜା ଆସିନାହାନ୍ତି ସେନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଯାତ୍ରା ମ୍ୟାନେଜମେଣ୍ଟ ନୂଆ ନାୟିକା ସନ୍ଧାନରେ ଥିବା ସୂଚନା ମିଳୁଛି ।
ସୂଚନା ଅନୁଯାୟୀ, ଗତକାଲିର ନାଟକ ଥିଲା ‘ଅଭିମାନିନୀ ମୁଁ ଅଳକାନନ୍ଦାର’ । କେନ୍ଦୁଝର ଜିଲ୍ଲା ବ୍ରାହ୍ଣଣୀ ପାଲରେ ଯାତ୍ରା ପଡିଥିଲା । ପ୍ରଥମ କ୍ୟାମ୍ପର ଶେଷ ରାତି ଥିଲା । ଟିକେଟ କାଟି ରେକର୍ଡ ଡ୍ୟାନ୍ସର ମଜା ଉଠାଇଥିଲା ଦର୍ଶକ । ହେଲେ ମଞ୍ଚକୁ ଆସିନଥିଲେ ମୁଖ୍ୟ ନାୟିକ ପୂଜା । ଫଳରେ ବାଧ୍ୟ ହୋଇ ନାଟକ ବନ୍ଦ ରହିଥିଲା ।
ଗତ ବର୍ଷର ନାଟକ ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’ ନାଟକର ମୁଖ୍ୟ ନାୟିକା ଦର୍ଶକଙ୍କ ମନ ଜିଣି ନେଇଥିଲେ । ଏବର୍ଷ ‘ଅଭିମାନିନୀ ମୁଁ ଅଳକାନନ୍ଦାର’ ମୁଖ୍ୟ ନାୟିକା ଅଛନ୍ତି ପୂଜା । କାହିଁକି ପୂଜା ଆସିନାହାନ୍ତି ସେନେଇ ଚର୍ଚ୍ଚା ଧରାପଡିଥିବା ବେଳେ ଯାତ୍ରା ମ୍ୟାନେଜମେଣ୍ଟ ନୂଆ ନାୟିକା ସନ୍ଧାନରେ ଥିବା ସୂଚନା ମିଳୁଛି ।
ସୌଜନ୍ୟ ପ୍ରମେୟ




