ଦେଶ ବିଦେଶ

Yogi Adityanath: ଦଳିତ ରାଜନୀତିରେ ନୂଆ ଖେଳ, ମାୟାବତୀଙ୍କ ପଦକ୍ଷେପକୁ ଆଗକୁ ବଢ଼ାଇଲେ ଯୋଗୀ: ଭଦୋହୀ ଜିଲ୍ଲା ପୁଣି ହେଲା ସନ୍ଥ ରବିଦାସ ନଗର

ଉତ୍ତରପ୍ରଦେଶର ଦଳିତ ରାଜନୀତିରେ ନୂଆ ସମୀକରଣ ତିଆରି କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସନ୍ଥ ରବିଦାସଙ୍କ ନାମ ସହ ଜଡ଼ିତ ଭଦୋହୀ ଜିଲ୍ଲାକୁ ପୁଣି ଥରେ ସନ୍ଥ ରବିଦାସ ନଗର ଭାବେ ନାମିତ କରାଯାଇଛି।

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦଳିତ ରାଜନୀତିରେ ନୂଆ ସମୀକରଣ ତିଆରି କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସନ୍ଥ ରବିଦାସଙ୍କ ନାମ ସହ ଜଡ଼ିତ ଭଦୋହୀ ଜିଲ୍ଲାକୁ ପୁଣି ଥରେ ସନ୍ଥ ରବିଦାସ ନଗର ଭାବେ ନାମିତ କରାଯାଇଛି। ଏହି ପଦକ୍ଷେପକୁ ବିଜେପିର ଦଳିତ ସମୁଦାୟ ମଧ୍ୟରେ ପ୍ରଭାବ ବଢ଼ାଇବା ପାଇଁ ରଣନୈତିକ ପ୍ରୟାସ ଭାବେ ଦେଖାଯାଉଛି।

ଭଦୋହୀ ଜିଲ୍ଲାର ନାମ ପରିବର୍ତ୍ତନ ପ୍ରସଙ୍ଗ ନୂଆ ନୁହେଁ। ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ନେତ୍ରୀ ମାୟାବତୀଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ଭଦୋହୀର ନାମ ବଦଳାଇ ସନ୍ଥ ରବିଦାସ ନଗର କରାଯାଇଥିଲା। ପରେ ସମାଜବାଦୀ ପାର୍ଟି ସରକାର ସମୟରେ ଏହାକୁ ପୁଣି ଭଦୋହୀ କରାଯାଇଥିଲା। ଏବେ ଯୋଗୀ ସରକାର ସନ୍ଥ ରବିଦାସଙ୍କ ନାମକୁ ପୁଣି ଆଗକୁ ଆଣି ଦଳିତ ଭୋଟରଙ୍କ ମଧ୍ୟରେ ଏକ ରାଜନୈତିକ ସନ୍ଦେଶ ଦେବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି।
ସନ୍ଥ ରବିଦାସ ଭକ୍ତି ଆନ୍ଦୋଳନର ଜଣେ ପ୍ରମୁଖ ସନ୍ଥ ଓ ସମାଜ ସୁଧାରକ ଥିଲେ। ସେ ସମାଜରେ ସମାନତା, ଭେଦଭାବ ଦୂରୀକରଣ ଓ ମାନବିକତାର ବାର୍ତ୍ତା ପ୍ରଚାର କରିଥିଲେ।

ଦଳିତ ସମୁଦାୟ ମଧ୍ୟରେ ତାଙ୍କର ବିଶେଷ ସମ୍ମାନ ରହିଛି। ମାୟାବତୀ ନିଜ ଶାସନକାଳରେ ସନ୍ଥ ରବିଦାସଙ୍କ ସ୍ମୃତିରେ ବାରାଣସୀରେ ପାର୍କ ଓ ଘାଟ ନିର୍ମାଣ, ତାଙ୍କ ନାମରେ ଶିକ୍ଷାନୁଷ୍ଠାନ ସ୍ଥାପନ ଭଳି ପଦକ୍ଷେପ ନେଇଥିଲେ। ଏହା ମାଧ୍ୟମରେ ବିଏସ୍‌ପି ଦଳିତ ରାଜନୀତିରେ ନିଜର ଭିତ୍ତି ମଜବୁତ କରିଥିଲା। ଏବେ ବିଜେପି ମଧ୍ୟ ସନ୍ଥ ରବିଦାସଙ୍କ ଐତିହ୍ୟକୁ ନେଇ ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ କରୁଛି। ସନ୍ଥ ରବିଦାସଙ୍କ ୬୫୦ତମ ଜୟନ୍ତୀ ଅବସରରେ ଦଳ ପକ୍ଷରୁ ‘ଶ୍ରୀ ଗୁରୁ ରବିଦାସ ମହାରାଜ ସମରସତା ସଂକଳ୍ପ ଅଭିଯାନ’ ଆରମ୍ଭ କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button