ଖେଳଜାତୀୟ

Commonwealth Games: ଖାଲି ହାତ‌ରେ ଫେରିଲେ ଜାତୀୟ ରେକର୍ଡଧାରୀ ପାରୁଲ

ଜାତୀୟ ରେକର୍ଡଧାରୀ ଭାରତର ଲଙ୍ଗ ଡିଷ୍ଟାନ୍ସ ରନର୍‌ ପାରୁଲ ଚୌଧୁରୀ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିରାଶଜନକ ପ୍ରଦର୍ଶନ କରି ଖାଲି ହାତରେ ଫେରିଛନ୍ତି। ମହିଳା ୫୦୦ ମିଟର ଫାଇନାଲ୍‌ରେ ସେ ୧୫:୦୮.୫୬ ସେକେଣ୍ଡ୍‌ରେ ରେସ୍‌ ଶେଷ କରି ୧୩ତମ ସ୍ଥାନରେ ରହିଥି‌ଲେ।

ଗ୍ଲାସ୍‌ଗୋ: ଜାତୀୟ ରେକର୍ଡଧାରୀ ଭାରତର ଲଙ୍ଗ ଡିଷ୍ଟାନ୍ସ ରନର୍‌ ପାରୁଲ ଚୌଧୁରୀ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିରାଶଜନକ ପ୍ରଦର୍ଶନ କରି ଖାଲି ହାତରେ ଫେରିଛନ୍ତି। ମହିଳା ୫୦୦ ମିଟର ଫାଇନାଲ୍‌ରେ ସେ ୧୫:୦୮.୫୬ ସେକେଣ୍ଡ୍‌ରେ ରେସ୍‌ ଶେଷ କରି ୧୩ତମ ସ୍ଥାନରେ ରହିଥି‌ଲେ। ସେ ଏଠାରେ ନିଜ ଜାତୀୟ ରେକର୍ଡ ସମୟ ୧୫:୦୪.୨୬ ସେକେଣ୍ଡ୍‌ଠୁ ପଛରେ ପଡ଼ିଥିଲେ।

୧୩ତମ ସ୍ଥାନ

ଏହି ଜାତୀୟ ରେକର୍ଡ ଗତମାସରେ ଫ୍ରାନ୍ସର ନାଇସ୍‌ରେ ପାରୁଲ କରିଥିଲେ। ତେବେ ଏହି ଇଭେଣ୍ଟ୍‌ରେ ଅଷ୍ଟ୍ରେଲିଆର ରୋଜ୍‌ ଡେଭିସ୍‌ (୧୪:୪୪.୫୩) ସ୍ବର୍ଣ୍ଣ ଓ ଜେସିକା ହୁଲ୍‌ (!୪:୪୫.୦୧) ରୌପ୍ୟ ଜିତି ୧-୨ରେ ପୋଡିୟମ୍‌ ଫିନିସ୍‌ କରିଥିଲେ। ଆୟୋଜକ ସ୍କଟ୍‌ଲାଣ୍ଡର ମେଗାନ କେଇଥ (୧୪:୪୯.୧୦) କାଂସ୍ୟ ପାଇଥିଲେ। ଏହି ସମସ୍ତ ପଦକ ବିଜୟିନୀ ଚଳିତ ଋତୁର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ପୂର୍ବରୁ ବୁଧବାର ପାରୁଲ ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ୯:୨୬.୭୫ ସେକେଣ୍ଡ୍‌ ସମୟ ସହ ପଞ୍ଚମ ସ୍ଥାନରେ ରହିଥି‌ଲେ। ଏହା ମଧ୍ୟ ତାଙ୍କ ଜାତୀୟ ରେକର୍ଡ ସମୟ ୯:୧୨.୪୬ ସେକେଣ୍ଡଠୁ କମ୍‌ ରହିଥିଲା।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button