ରାଜ୍ୟ

Dharmendra: ତ୍ରିରଙ୍ଗା ଆମ ଜାତୀୟ ଗୌରବ ଓ ସ୍ୱାଭିମାନ: ଧର୍ମେନ୍ଦ୍ର

ତ୍ରିରଙ୍ଗା ଆମ ଜାତୀୟ ଗୌରବ, ସ୍ୱାଭିମାନ ଓ ଏକତାର ପ୍ରତୀକ। ଏହି ତ୍ରିରଙ୍ଗା ପଦଯାତ୍ରା ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଭାରତର ମହାନ ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର....

ସମ୍ବଲପୁର: ତ୍ରିରଙ୍ଗା ଆମ ଜାତୀୟ ଗୌରବ, ସ୍ୱାଭିମାନ ଓ ଏକତାର ପ୍ରତୀକ। ଏହି ତ୍ରିରଙ୍ଗା ପଦଯାତ୍ରା ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଭାରତର ମହାନ ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଏକ ପବିତ୍ର ସୁଯୋଗ ଦେଇଛି ବୋଲି କହିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ‘ହରଘର ତ୍ରିରଙ୍ଗା’ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ହେବ। ଆମର ବୀର ଯବାନମାନେ ଖରାବର୍ଷାକୁ ଖାତିର ନକରି ବିନା ଛତାରେ ଦେଶକୁ ସୁରକ୍ଷା ଦେଉଛନ୍ତି। ତେଣୁ ସେମାନଙ୍କୁ ସମ୍ମାନ ଜଣାଇ ଆଜିର ରୢାଲିରେ କେହି ଛତା ବ୍ୟବହାର ନକରି, ଗର୍ବର ସହିତ କେବଳ ଜାତୀୟ ପତାକା ଧରି ପଦଯାତ୍ରା କରିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଥିଲେ।

ସମ୍ବଲପୁରରେ ବିଶାଳ ଶୋଭାଯାତ୍ରା

ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କହିଥିଲେ, ଆଗାମୀ ପିଢ଼ି ଯେଉଁଭଳି ଉତ୍ସାହର ସହିତ ଝିପିଝିପି ବର୍ଷାରେ ନଗର ପରିକ୍ରମା କରିଛନ୍ତି ତାହା ପ୍ରଶଂସନୀୟ। ଏଭଳି କାର୍ଯ୍ୟକ୍ରମ ଜରିଆରେ ଯୁବପିଢ଼ି ଦେଶ ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ଉତ୍ତରାଞ୍ଚଳର ପୁଲିସ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଏସ୍‌ପି ମୁକେଶ ଭାମୁ ଏବଂ ଏସ୍‌ଏମ୍‌ସି କମିସନର ରେହାନ ଖେତ୍ରିଙ୍କ ଉପସ୍ଥିତିରେ ତ୍ରିରଙ୍ଗା ଗୌରବ ଯାତ୍ରା ପୁଲିସ ପଡ଼ିଆରୁ ଆରମ୍ଭ ହୋଇ ଲକ୍ଷ୍ମୀଟକିଜ ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଦେଇ ସହିଦ ସ୍ତମ୍ଭ ଏବଂ ପରେ ଜେଲ୍‌ ଛକସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପହଞ୍ଚିଥିଲା। ବର୍ଷା ସତ୍ତ୍ବେ ତ୍ରିରଙ୍ଗା ରୢାଲିରେ ସମ୍ବଲପୁର ସହରର ସମସ୍ତ ସ୍କୁଲର ବିଦ୍ୟାର୍ଥୀ, ପୁଲିସ, ସାମାଜିକ ସଙ୍ଗଠନର ୪୦୦୦ରୁ ଅଧିକ ବ୍ୟକ୍ତି ସାମିଲ ହୋଇଥିଲେ। ଏକ ବିଶାଳ ତ୍ରିରଙ୍ଗା ସହରବାସୀଙ୍କୁ ରୋମାଞ୍ଚିତ କରିଥିଲା। କୁନିକୁନି ପିଲାମାନଙ୍କର ସ୍କେଟିଂ ଆକର୍ଷଣର କେନ୍ଦ୍ର ହୋଇଥିଲା। ଏଥିସହ ଲାଇଭ୍‌ ପେଣ୍ଟିଂ, ରଙ୍ଗୋଲି, ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। ରାଜ୍ୟ ଓବିସି ମଞ୍ଚ ଓଡ଼ିଶା ପକ୍ଷରୁ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ତଳେ ବୃକ୍ଷରୋପଣ କରାଯାଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button