ରାଜ୍ୟ

Bee Attack ବାଘୁଆ ମହୁମାଛି ଆକ୍ରମଣ: ରାଇରଙ୍ଗପୁରରେ ମହିଳା ମୃତ, ୨ ଗୁରୁତର

ରାଇରଙ୍ଗପୁର ଅଞ୍ଚଳରେ ବାଘୁଆ ମହୁମାଛି ଆକ୍ରମଣରେ ୬୬ ବର୍ଷୀୟ ମହିଳାଙ୍କ ମୃତ୍ୟୁ। ବାଦାମପାହାଡ଼ ଅଞ୍ଚଳରେ ଆଉ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ।

ରାଇରଙ୍ଗପୁର: ରାଇରଙ୍ଗପୁର ଅଞ୍ଚଳରେ  ବାଘୁଆ ମହୁମାଛିଙ୍କ ପୃଥକ ପୃଥକ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ୱାର୍ଡ ନଂ ୧୪ ଇଚିଣ୍ଡାର ସ୍ବର୍ଗତ ନିମନା ଦାସଙ୍କ ସ୍ତ୍ରୀ ବାସନ୍ତି ଦେବୀ (୬୬) ବଜାରରୁ ନିଜ ଘରକୁ ଫେରୁଥିବା ସମୟରେ ଘର ପାଖରେ ବାଘୁଆ ମହୁମାଛି ଆକ୍ରମଣ କରିଥିଲେ। ପୋଡଶୀ ଲୋକେ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।ତେବେ ତାଙ୍କର କୌଣସି ବାସନ୍ତି ଦେବୀର କୌଣସି ସନ୍ତାନ ସନ୍ତନୀ ନ ଥିବାରୁ ତାଙ୍କର ସମ୍ପର୍କୀୟ ରାଜକୁମାର ରାମ,ରାଜେଶ ରାମ, ବିନୋଦ ଦାସ, ସକୁନ ଦେବୀ, କାନ୍ତି ଦେବୀ, ରଞ୍ଜିତ୍ ରାମ, ରଂଜନ ରାମ, ବିଜୟ ରାମ, ଗେଲ୍ହୀ ବେହେରା, ବଙ୍ଗାଳୀ ବେହେରା, ଅଜୟ ବେହେରାଙ୍କ ସହଯୋଗରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ସେହିପରି ବାଦାମପାହାଡ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ଖଗେଶ୍ୱର ଗିରି (୬୪) ଓ ସୁବାସ ଗିରି (୪୬) ଗାଈ ଚରାଉ ଥିବା ସମୟରେ ବିରୁଡ଼ି ମହୁମାଛି ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଭୟ ସେଠାରେ ଚିକିତ୍ସାଧିନ ଅଛନ୍ତି ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button