ଦେଶ ବିଦେଶ
Red Fort Attack: ଲାଲକିଲ୍ଲା ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଅଲ୍-କାଏଦା: ଛୋଟ ଛୋଟ ସେଲ୍ଙ୍କ ଦ୍ବାରା ନେଟୱାର୍କ ବିସ୍ତାର
ନଭେମ୍ବର ୨୦୨୫ ରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ପାଇଁ ଅଲ୍-କାଏଦାକୁ ଦାୟୀ କରାଯାଇଛି। ଜାତିସଂଘ ସୁରକ୍ଷା ପରିଷଦ ପର୍ଯ୍ୟବେକ୍ଷଣ ସଂସ୍ଥାର ସଦ୍ୟତମ ରିପୋର୍ଟରେ ଏହି ସୂଚନା ସାମ୍ନାକୁ ଆସିଛି।

ନୂଆଦିଲ୍ଲୀ: ନଭେମ୍ବର ୨୦୨୫ ରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ପାଇଁ ଅଲ୍-କାଏଦାକୁ ଦାୟୀ କରାଯାଇଛି। ଜାତିସଂଘ ସୁରକ୍ଷା ପରିଷଦ ପର୍ଯ୍ୟବେକ୍ଷଣ ସଂସ୍ଥାର ସଦ୍ୟତମ ରିପୋର୍ଟରେ ଏହି ସୂଚନା ସାମ୍ନାକୁ ଆସିଛି। ଫଳରେ ଏହି ଘାତକ ଆକ୍ରମଣର ଭାରତରେ ଚାଲିଥିବା ତଦନ୍ତକୁ ଏକ ଅନ୍ତର୍ଜାତୀୟ ଦିଗ ଦେଇଛି। ସୁରକ୍ଷା ପରିଷଦର ୧୨୬୭ ପ୍ରତିବନ୍ଧକ କମିଟିର ପର୍ଯ୍ୟବେକ୍ଷଣ ଦଳ କହିଛି, ଛୋଟ ଛୋଟ ସେଲ୍ଙ୍କ ନେଟୱାର୍କ ଦ୍ବାରା ଷଡ଼ଯନ୍ତ୍ର ରଚାଯାଇଥିଲା। ରିପୋର୍ଟରେ ଆଫଗାନିସ୍ତାନରେ ଅଲ୍-କାଏଦାର ଉପସ୍ଥିତି ଏବଂ ବାଂଲାଦେଶରେ ଏହାର କାର୍ଯ୍ୟକଳାପ ବିସ୍ତାର କରିବାର ପ୍ରୟାସ ନେଇ ମଧ୍ୟ ଚିନ୍ତା ପ୍ରକାଶ କରାଯାଇଛି।
ସୌଜନ୍ୟ ସମ୍ବାଦ




