ଜାତୀୟ

Indian Kidnapped: ଗୋପନ ବାଟ ଦେଇ ଆମେରିକା ଯାଉଥିଲେ; ଇଥୋପିଆରେ ୩ ଭାରତୀୟଙ୍କୁ ଅପହରଣ, ୧ କୋଟି ଦେଲେ ବି ପତ୍ତା ମିଳିନି

ନୂଆଦିଲ୍ଲୀ,୨୯/୦୯; ଆମେରିକା ଯିବା ପଡିଲା ଭାରି । ବେଆଇନ ଭାବେ ଆମେରିକା ଯାଉଥିବା ୩ ଭାରତୀୟଙ୍କୁ ଇଥିଓପିଆରେ ଅପହରଣ କରି ନିଆଯାଇଛି । ସେମାନେ ସମସ୍ତେ ଗୁଜରାଟର ବାସିନ୍ଦା । ନିଖୋଜଙ୍କ ମଧ୍ୟରେ ୨ ଜଣ ଯୁବତୀ ଏବଂ ଜଣେ ଯୁବକ ସାମିଲ । ୩ ଜଣ ଯାକ ସେପ୍ଟେମ୍ବର ୨୦ରେ ଗୁଜରାଟରୁ ବାହାରିଥିଲେ । ତେବେ ଇଥିଓପିଆ ପହଞ୍ଚିବା ପରେ ସେମାନଙ୍କୁ ଅପହରଣ କରି ନିଆଯାଇଥିଲା । ଅପହର୍ତ୍ତାମାନେ ସେମାନଙ୍କୁ ମୁକ୍ତ କରିବା ବଦଳରେ ପରିବାର ଲୋକଙ୍କୁ ୧ କୋଟି ଟଙ୍କା ମାଗିଥିଲେ । ପରିବାର ଲୋକେ ଦାବି ମୁତାବକ ସେହି ଅର୍ଥ ଦେଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କର କୌଣସି ସନ୍ଧାନ ମିଳିନାହିଁ । ନିଖୋଜଙ୍କ ସହିତ ଯାଇଥିବା ଅନ୍ୟ ଜଣେ ଯୁବକଙ୍କ ପରିବାର ଅପହର୍ତ୍ତାମାନଙ୍କୁ ଦାବି ମୁତାବକ ୭୦ ଲକ୍ଷ ଟଙ୍କା ଦେବା ପରେ ସେ ଗୁଜରାଟ ଫେରି ଆସିଛନ୍ତି । ଫେରିବା ପରେ ଯୁବକ ଜଣକ ଏହି ଘଟଣା ସଂପର୍କରେ ପ୍ରକାଶ କରିଛନ୍ତି ।

ଯୁବକଙ୍କ ମୁତାବକ, ଋତ୍ୱିକ ଶୈଲେଶଭାଇ ଜାନସାରୀ(୨୩), ମମତା ଚିରାଗଭାଇ ଚାୱଡା(୩୦) ଏବଂ ଅନ୍ୟ ଜଣେ ଝିଅ ତାଙ୍କ ସହ ଆମେରିକା ଅଭିମୁଖେ ବାହାରିଥିଲେ । ମେହସାନାର ଏଜେଣ୍ଟ ଅଳ୍ପେଶ ପଟେଲ ୪ ଜଣଙ୍କୁ ଡଙ୍କି ରୁଟ୍ ଦେଇ ଆମେରିକା ପଠାଇବାର ବ୍ୟବସ୍ଥା କରିଥିଲେ । ସେମାନେ ସେପ୍ଟେମ୍ବର ୨୦ରେ ଗୁଜରାଟରୁ ଜୟପୁର ପହଞ୍ଚିଥିଲେ । ସେଠାରୁ ଏତିହାଦ ଏୟାରଲାଇନ୍ସର ବିମାନରେ ଆବୁଧାବି ଯାଇଥିଲେ । ସେହିଦିନ ଆବୁଧାବିରୁ ଇଥିଓପିଆର ରାଜଧାନୀ ଅଦିସ ଅବାବା ପହଞ୍ଚିଥିଲେ । ଅଦିସ ଅବାବାରେ ସ୍ୱାଜିଲାଣ୍ଡ ଷ୍ଟ୍ରିଟର ଜିଏସଏଫ ଗେଷ୍ଟ ହାଉସରେ ସେମାନଙ୍କୁ ରଖାଯାଇଥିଲା । ସେପ୍ଟେମ୍ବର ୨୦ ୨୯ ଯାଏ ସେଠି ରହିବା ଲାଗି ସେମାନଙ୍କର ବୁକିଂ ହୋଇଥିଲା । ସେମାନେ ଇଥିଓପିଆର ଇ-ଭିସା ନେଇଥିଲେ ଯାହାକି ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୯ ଯାଏ ମାସକ ପର୍ଯ୍ୟନ୍ତ ବୈଧ ଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button