ଜାତୀୟ

ୟୁପି ସରକାରଙ୍କୁ ସୁପ୍ରିମ ଛାଟ, ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲେ ସର୍ବୋଚ୍ଚ ଅଦାଲତ, ଜାଣନ୍ତୁ କଣ ରହିଛି ମାମଲା…

ନୂଆଦିଲ୍ଲୀ, ୨୯/୯ : ସମ୍ଭଲ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ମୁଲ୍ଲା ଅଫରୋଜଙ୍କ ପ୍ରିଭେନଟିଭ୍ ଡିଟେନସନକୁ ନେଇ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ । ରାଜ୍ୟ ସରକାରଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲେ କୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ପୁଲିସ ହେପାଜତରେ ଅଭିଯୁକ୍ତ ଦ୍ଵାରା ଦିଆଯାଇଥିବା ସ୍ଵୀକାରୋକ୍ତି ଆଧାରରେ କୌଣସି ବ୍ୟକ୍ତି ବିରୋଧରେ ପ୍ରତିରୋଧୀ ଅଟକ ଆଦେଶ ଦିଆଯାଇପାରିବ ନାହିଁ । ମୁଲ୍ଲା ଅଫରୋଜ ଏହାକୁ ବିରୋଧ କରି ଆଲହାବାଦ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ହେଲେ ହାଇକୋର୍ଟ ଯାଚିକା ଖାରଜ କରିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍ ଶିଲ ନାଗୁଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।

ମୁଲ୍ଲା ଅଫରୋଜ ୨୦୨୪ରେ ସମ୍ଭଲ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିଲେ । ସମ୍ଭଲର ଜାମା ମସଜିଦର ସର୍ଭେ ସମୟରେ ଏହି ହିଂସାକାଣ୍ଡ ହୋଇଥିଲା । ଏଥିରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ମୁଲ୍ଲା ଅଫରୋଜ ନିଜ ଅଟକକୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ପରେ ଏକ କଥିତ ସ୍ୱୀକାରୋକ୍ତି ଆଧାରରେ ତାଙ୍କୁ ହିଂସା ମାମଲାରେ ଫସାଇ ଦିଆଯାଇଥିଲା ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button