Warning Labels: FSSAIକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ପ୍ୟାକେଜ୍ ଫୁଡ ପ୍ରଡକ୍ଟରେ ସତର୍କ ସୂଚନା ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୪/୦୮: ପ୍ୟାକେଜ୍ ଫୁଡ ପ୍ରଡକ୍ଟରେ ସତର୍କ ସୂଚନା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ କେନ୍ଦ୍ର ସରକାର ଏବଂ ଏଫ୍ଏସ୍ଏସ୍ଏଆଇକୁ କଡା ନିର୍ଦ୍ଦେଶ ଜାରି ହୋଇଛି ।
ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ନମକିନ, ବିସ୍କୁଟ ଏବଂ ଚିପ୍ସ ପ୍ୟାକେଟରେ ଅଧିକ ଚିନି-ଲୁଣ-ଫ୍ୟାଟ୍ ସମ୍ପର୍କିତ ସୂଚନା ଦେବାକୁ ୱାର୍ଣ୍ଣିଂ ଲେବଲ ଲଗାଇବା ନେଇ ସରକାର ନିର୍ଦ୍ଦେଶନାମା ଜାରି କରନ୍ତୁ । ଏ ନେଇ ଯଦି ନିଷ୍ପତ୍ତି ହୋଇ ପାରୁନାହିଁ ତେବେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବେ । ପୂର୍ବରୁ ଏ ସମ୍ପର୍କିତ ନିର୍ଦ୍ଦେଶ ସରକାରଙ୍କୁ ଜାରି ହୋଇଥିଲା । ବର୍ତ୍ତମାନ ଏ କ୍ଷେତ୍ରରେ କୌଣସି ଠୋସ ପଦକ୍ଷେପ ଆସିନାହିଁ । ଏହି ନିର୍ଦ୍ଦେଶକୁ ସରକାର ପାଳନ କରିବାର ଆବଶ୍ୟକତା ରହିଛି ।
କର୍ପୋରେଟ ଗୁଡିକର ଚାପରେ ଏହା ପାଳନ ଦିଗରେ ସମସ୍ୟା ହେଉଛି କି ବୋଲି ସୁପ୍ରିମକୋର୍ଟ ପଶ୍ନ କରିଛନ୍ତି । ଲୋକଙ୍କ ହିତ ଲାଗି ସର୍ବୋଚ୍ଚ ଅଦାଲତ କାମ କରୁଛନ୍ତି । ନିଜ ହିତ ନୁହେଁ । ପ୍ୟାକେଟ ଖାଦ୍ୟ ପଦାର୍ଥରେ ୱାର୍ଣ୍ଣିଂ ଲଗାଇବା ନେଇ ୬ ମାସ ତଳେ ନିର୍ଦ୍ଦେଶ ରହିଥିଲା । ମାତ୍ର ଏବେ ଯାଏ ଏହା କାହିଁକି ପାଳନ ହୋଇନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି ।
ସୌଜନ୍ୟ ପ୍ରମେୟ




