ଜାତୀୟ

Earth rotation: ୭ କୋଟି ବର୍ଷ ତଳେ ବର୍ଷକ ଥିଲା ୩୭୨ ଦିନ; ଦିନକ ଥିଲା ୨୩ ଘଣ୍ଟା ୩୧ ମିନିଟ୍‌, ଜାଣନ୍ତୁ କିପରି ମିଳିଲା ପ୍ରମାଣ ?

ଖାସ୍କରି ବିଳମ୍ବିତ କ୍ରିଟେସିୟସ ଯୁଗରେ, ସମଗ୍ର ବିଶ୍ୱରେ ଅଧିକାଂଶ ପ୍ରାଚୀର ନିର୍ମାଣକାରୀ ଜୀବ ଏଭଳି ସ୍ୱତନ୍ତ୍ର ଖୋଳପାଯୁକ୍ତ ଥିଲେ । ବର୍ତ୍ତମାନ ପ୍ରବାଳର ଭୂମିକା ଭଳି ସେମାନେ ପରିସଂସ୍ଥାନ ନିର୍ମାଣରେ ଭୂମିକା ନିର୍ବାହ କରିଥିଲେ ।

ନୂଆଦିଲ୍ଲୀ,୧୪,/୦୮: ୭ କୋଟି ବର୍ଷ ପୂର୍ବେ, କ୍ରିଟେସିୟସ ଯୁଗରେ ଗୋଟିଏ ବର୍ଷ ୩୬୫ ଦିନ ନୁହେଁ, ବରଂ ୩୭୨ ଦିନ ଥିଲା । ଅର୍ଥାତ୍ ବର୍ତ୍ତମାନ ତୁଳନାରେ ପ୍ରତ୍ୟେକ ଦିନ ପ୍ରାୟ ଅଧ ଘଣ୍ଟା ଛୋଟ ଥିଲା । ପୃଥିବୀକୁ ସୂର୍ଯ୍ୟ ଚତୁଃପାଶ୍ୱର୍ରେ ଥରେ ପରିକ୍ରମା କରିବାକୁ ପ୍ରାୟ ୨୩.୫ ଘଣ୍ଟା ସମୟ ଲାଗୁଥିଲା । ତେବେ ଏହି ସଂଖ୍ୟା ନକ୍ଷତ୍ରବିଜ୍ଞାନରୁ କିମ୍ବା ଗ୍ରହ ପରିକ୍ରମା ଚକ୍ରର ଅଧ୍ୟୟନରୁ ସାମ୍ନାକୁ ଆସିନାହିଁ ।

ଓମାନର ପର୍ବତମାଳାଠୁ ବାହାର କରାଯାଇଥିବା ଏକ ଜୀବାଶ୍ମ ଖୋଳରୁ ଜଣାପଡ଼ିଛି । ଏହି ଖୋଳ ହେଉଛି ‘ଟୋରେଇଟ୍ସ ସାନ୍ଚେଜି’, ଯାହା ସାମୁଦ୍ରିକ ପରିସଂସ୍ଥାନର ସୁରକ୍ଷା ନିମନ୍ତେ ପ୍ରାଚୀର ନିର୍ମାଣକାରୀ ଏକ ରୁଡିଷ୍ଟ ବାଇଭାଲ(କଠିନ ଖୋଳପାଯୁକ୍ତ ସାମୁଦ୍ରିକ ଜୀବ) । ଏହାର ନରମ ଶରୀର ଦୁଇଟି କଠିନ ଖୋଳପା ଭିତରେ ଲୁଚି ରହିଥାଏ । ଏହି ଜୀବର କୌଣସି ନିକଟ ସମ୍ପର୍କୀୟ ନାହାନ୍ତି । ଏହା ଉଷ୍ଣ, ଅଗଭୀର ଉଷ୍ଣମଣ୍ଡଳୀୟ ସମୁଦ୍ରରେ ବାସ କରୁଥିଲା, ଯାହା ତା’ପରଠୁ ଧୀରେ ଧୀରେ ଶୁଖି ଶୁଷ୍କ ଭୂମିରେ ରୂପାନ୍ତରିତ ହୋଇଛି । ଏହାକୁ ଅଧ୍ୟୟନ କରିଥିବା ଅନ୍ୟତମ ଗବେଷକ ନିଲ୍ସ ଡି ୱିଣ୍ଟରଙ୍କ ଅନୁସାରେ, ରୁଡିଷ୍ଟମାନେ ଅତ୍ୟନ୍ତ ସ୍ୱତନ୍ତ୍ର ଖୋଳପାଯୁକ୍ତ ଜୀବ । ସେଭଳି ଜୀବ ଏବେ ନାହାନ୍ତି ।

ଖାସ୍କରି ବିଳମ୍ବିତ କ୍ରିଟେସିୟସ ଯୁଗରେ, ସମଗ୍ର ବିଶ୍ୱରେ ଅଧିକାଂଶ ପ୍ରାଚୀର ନିର୍ମାଣକାରୀ ଜୀବ ଏଭଳି ସ୍ୱତନ୍ତ୍ର ଖୋଳପାଯୁକ୍ତ ଥିଲେ । ବର୍ତ୍ତମାନ ପ୍ରବାଳର ଭୂମିକା ଭଳି ସେମାନେ ପରିସଂସ୍ଥାନ ନିର୍ମାଣରେ ଭୂମିକା ନିର୍ବାହ କରିଥିଲେ । ଏହି ଖୋଳପା ବୈଜ୍ଞାନିକଙ୍କ ପାଇଁ ଉପଯୋଗୀ ହେବାର କାରଣ, ଏହି ଜୀବ ଦ୍ରୁତ ବଢୁଥିଲା ଏବଂ ୯ ବର୍ଷରୁ ଅଧିକ ସମୟ ବଞ୍ଚୁଥିଲା । ପ୍ରତିଦିନ ନିଜ ବୃଦ୍ଧିର ଏକ ନୂଆ ପରସ୍ତ ତା’ ଶରୀରରେ ଯୋଡ଼ି ହେଉଥିଲା ।

ଏହି ପରସ୍ତଗୁଡ଼ିକୁ ଅଧ୍ୟୟନ କରିବା ଲାଗି ଏବଂ ତା’ର ଦୈନିକ ଓ ଋତୁଗତ ବୃଦ୍ଧି ସହ ସଂଶ୍ଳିଷ୍ଟ ତତ୍ତ୍ୱର ମାତ୍ରା ଚିହ୍ନଟ ଲାଗି ଗବେଷକମାନେ ପ୍ରାୟ ୧୦ ମାଇକ୍ରୋମିଟର ଚଉଡ଼ା (ଲୋହିତ ରକ୍ତ କୋଷିକା ଭଳି) ଚିହ୍ନ କରିବାକୁ ଲେଜର୍ ଉପଯୋଗ କଲେ । ପ୍ରତ୍ୟେକ ପରସ୍ତ ଭିତରର ରସାୟନକୁ ମାପିଲେ । ଏହାର ତଥ୍ୟ ନିଷ୍କର୍ଷକୁ ଅସ୍ୱାଭାବିକ କରିଛି, ଯାହା ଭୌଗୋଳିକ ଇତିହାସରେ ଅଦ୍ୟାବଧି ମିଳିନଥିଲା । ଏହି ଜୀବର ଦୈନିକ ପରସ୍ତ ଓ ବାର୍ଷିକ ଚକ୍ର ଅଧ୍ୟୟନର ଅନେକ ମାର୍ଗକୁ ଯୋଡ଼ିବା ପରେ ପ୍ରତ୍ୟେକ ବର୍ଷ ୩୭୨ ଦିନ ଅନୁମାନ କରାଗଲା, ଯେଉଁଥିରେ ୮.୪ ଦିନର ଅନିଶ୍ଚିତତା ଥିଲା ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button