ଜାତୀୟ

Prajwal Revanna : ଜେଲରେ ପର୍ଣ୍ଣ ଦେଖୁଥିଲେ ପ୍ରଜ୍ଵଳ, ମୋବାଇଲରୁ ମିଳିଲା ୯୦ଟି ଅଶ୍ଳୀଳ ଭିଡିଓ

ବେଙ୍ଗାଲୁରୁ, ୧୪/୮ : ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ ବନ୍ଦ ଥିବା ପୂର୍ବତନ ସାଂସଦ ପ୍ରଜ୍ଵଳ ରେବନ୍ନାଙ୍କ ମୋବାଇଲରେ ୯୦ ପର୍ଣ୍ଣ (ଅଶ୍ଳୀଳ) ଭିଡିଓ ମିଳିଛି। ଜେଲରେ ରହି ସେ ଫୋନ ବ୍ୟବହାର କରୁଥିଲେ। ସଦ୍ୟ ଚଢ଼ଉ ବେଳେ ଏହା ଜବତ ହୋଇଥିଲା। ଫୋନର ଫୋରେନସିକ ଯାଞ୍ଚ ଜାରି ରହିଛି। ଘଟଣାରେ ଜେଲର ସହକାରୀ ଅଧୀକ୍ଷକଙ୍କୁ ନିଲମ୍ବନ କରାଯାଇଛି। କାରାଗାର ଅଧୀକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।

ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) ଗତ ମଙ୍ଗଳବାର ଜେଲରେ ସର୍ଚ୍ଚ ଅପରେସନ ଚଳାଇଥିଲା। ଏହି ସମୟରେ ପ୍ରଜ୍ଵଳଙ୍କ ପାଖରୁ ମୋବାଇଲ ଫୋନ ମିଳିବା ପରେ ନୂଆ ଏଫ୍‌ଆଇଆର୍ ରୁଜୁ ହୋଇଥିଲା। ଜେଲରେ ଥିବା ସତ୍ତ୍ୱେ ସେ କେମିତି ମୋବାଇଲ ବ୍ୟବହାର କରୁଥିଲେ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଫୋନ ଜବତ ହେବା ଘଟଣାରେ ପ୍ରତାପ ରାୟ ନାମକ ଜଣେ କଏଦୀ ଅଭିଯୁକ୍ତ ଅଛନ୍ତି। ପ୍ରଜ୍ଵଳଙ୍କ ସେଲ୍‌ରୁ ଏକ ପେନଡ୍ରାଇଭ ଏବଂ ଚାର୍ଜର ବି ମିଳିଛି। ପ୍ରଜ୍ଵଳଙ୍କ ଫୋନରୁ ପ୍ରାୟ ୯୦ଟି ଡାଉନଲୋଡ ହୋଇଥିବା ଅଶ୍ଳୀଳ ଭିଡିଓ ମିଳିଛି। ଅଧିକାଂଶ ଭିଡିଓରେ ଭାରତୀୟ ପର୍ଣ୍ଣୋଗ୍ରାଫିକ କଣ୍ଟେଣ୍ଟ ରହିଛି। ମୋବାଇଲ ଫୋନରେ ମହଜୁଦ ଥିବା ସମସ୍ତ ଭିଡିଓ ଫାଇଲ, ଇମେଲ ଏବଂ ଅନ୍ୟ ଡିଜିଟାଲ ଡାଟାକୁ ତଦନ୍ତକାରୀ ସଂସ୍ଥା କରୁଛନ୍ତି। ଏହା କେଉଁଠାରୁ ଆସିଲା, ଡାଉନଲୋଡ ତାରିଖ ଆଦିର ସୂଚନା ହାସଲ କରାଯାଉଛି।

ଜନତା ଦଳ (ସେକୁଲାର) ବିଧାୟକ ଏବଂ ଏଚ୍ ଡି ରେବନ୍ନାଙ୍କ ପୁତ୍ର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ଵଳଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲା। ପ୍ରଜ୍ଵଳଙ୍କ ପରିବାରର ଏକ ଫାର୍ମହାଉସରେ କାମ କରୁଥିବା ଜଣେ ୪୭ ବର୍ଷୀୟା ମହିଳା ୨୦୨୪ ଏପ୍ରିଲରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପ୍ରଜ୍ଵଳ ତାଙ୍କୁ ୨୦୧୯ରୁ ଅନେକ ଥର ଦୁଷ୍କର୍ମ କରିବା ଏବଂ ଭିଡିଓ ଲିଙ୍କ୍ ନେଇ ଧମକ ଦେବାର ଅଭିଯୋଗ ହୋଇଥିଲା। ମାମଲାରେ ୨୦୨୪ ଅଗଷ୍ଟରେ ତାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଥିଲା। ସେବେଠାରୁ ସେ ଜେଲରେ ବନ୍ଦ ଅଛନ୍ତି। ନିକଟରେ କର୍ଣ୍ଣାଟକ ହାଇକୋର୍ଟ ପ୍ରଜ୍ଵଳଙ୍କ ଅନ୍ତରୀଣ ଜାମିନ ଖାରଜ କରିଦେଇଥିଲେ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button