ଖେଳ

Vinay Kumar: ଧୋନିଙ୍କ କ୍ୟାପ୍ଟେନ୍ସିଂରେ ଡେବ୍ୟୁ…ବିରାଟ ଦେଇଥିଲେ ସୁଯୋଗ, ୯୦୦ ୱିକେଟ୍ ନେଇଥିବା ବୋଲର ଏବେ ହେଡ୍‌କୋଚ

ଆଗାମୀ ଘରୋଇ ସିଜିନ୍ ପୂର୍ବରୁ କର୍ଣ୍ଣାଟକ କ୍ରିକେଟ୍ ଦଳ ଜଣେ ନୂଆ ମୁଖ୍ୟ ପ୍ରଶିକ୍ଷକଙ୍କ ନାମ ଘୋଷଣା କରିଛି । ପୂର୍ବତନ ଭାରତୀୟ ଦ୍ରୁତ ବୋଲର ବିନୟ କୁମାର ଏହି ଦାୟିତ୍ୱ ଗ୍ରହଣ କରିବେ ।

ନୂଆଦିଲ୍ଲୀ,୧୪,/୦୮: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ବିନୟ କୁମାରଙ୍କୁ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ ଘରୋଇ ସିଜିନ୍ ପାଇଁ ତାଙ୍କୁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି । ୪୨ ବର୍ଷୀୟ ବିନୟ ପୂର୍ବତନ କ୍ରିକେଟର ୟେରେ ଗୌଡଙ୍କ ସ୍ଥାନ ନେବେ। କର୍ଣାଟକର ପୂର୍ବତନ ବ୍ୟାଟ୍‌ର ଦୀପକ ଚୌଗୁଲେଙ୍କୁ ସପୋର୍ଟ ଷ୍ଟାଫ୍‌ ଫିଲ୍ଡିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଛି । ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ ବିନୟ କୁମାର । ପରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଅନେକ ମ୍ୟାଚ୍ ଖେଳିଥିବା ବିନୟ କୁମାରଙ୍କୁ ଘରୋଇ କ୍ରିକେଟ୍‌ରେ ସବୁଠାରୁ ସଫଳ ବୋଲରଙ୍କ ମଧ୍ୟରୁ ଜଣେ ଥିଲେ ।

ଘରୋଇ କ୍ରିକେଟର କିମ୍ବଦନ୍ତୀ ଏବେ ପ୍ରଶିକ୍ଷକ- ୨୦୨୧ ମସିହାରେ ଅବସର ଘୋଷଣା କରିଥିବା ବିନୟ କୁମାରଙ୍କ କ୍ରିକେଟ କ୍ୟାରିୟର ବେଶ୍ ପ୍ରଭାବଶାଳୀ । ସେ ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରିକେଟ ସମେତ ସମସ୍ତ ଫର୍ମାଟରେ ୯୦୦ ରୁ ଅଧିକ ୱିକେଟ୍ ନେଇଛନ୍ତି ।  ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୦୪, ଲିଷ୍ଟ ଏ କ୍ରିକେଟରେ ୨୨୫, ଟି୨୦ କ୍ରିକେଟରେ ୧୯୪ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ୪୯ ୱିକେଟ୍ ନେଇଛନ୍ତି । ଏହାବାଦ୍ ବିନୟ କୁମାର ରଣଜୀ ଟ୍ରଫି ଇତିହାସରେ ଦ୍ରୁତ ବୋଲରଙ୍କ ମଧ୍ୟରେ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି । ସେ ୧୩୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୨୨.୪୪ ର ହାରରେ ମୋଟ ୫୦୪ ୱିକେଟ୍ ନେଇଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button