Tree Plantation Drive ସମ୍ବାଦ ସାହିତ୍ୟଘର: ନବରଙ୍ଗପୁର କଲେଜ ଅଫ୍ ନର୍ସିଂ ପରିସରରେ ବୃକ୍ଷରୋପଣ
ସ୍ୱାଧୀନତା ଦିବସ ଓ ସମ୍ବାଦ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିବସ ପୂର୍ବରୁ ନବରଙ୍ଗପୁର ସମ୍ବାଦ ସାହିତ୍ୟଘର ଓ କଲେଜ ଅଫ୍ ନର୍ସିଂ ପକ୍ଷରୁ ୩୫୦ରୁ ଊର୍ଦ୍ଧ୍ବ ଚାରାରୋପଣ କରାଯାଇଛି।

ନବରଙ୍ଗପୁର: ନବରଙ୍ଗପୁର ସମ୍ବାଦ ସାହିତ୍ୟଘର ଓ ନବରଙ୍ଗପୁର କଲେଜ ଅଫ୍ ନର୍ସିଂ ପକ୍ଷରୁ ମିଳିତ ଭାବେ ସ୍ବାଧୀନତା ଦିବସ ଓ ସମ୍ବାଦ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିବସର ଅବ୍ୟବହିତ ପୂର୍ବରୁ ତେଲିଗୁଡା ନିକଟରେ ଥିବା କଲେଜର ଫାର୍ମହାଉସ ପରିସରରେ ବୃକ୍ଷରୋପଣ କରାଯାଇଛି। ଏଥିରେ କଦମ୍ବ, ନିମ୍, ପଣସ, ସୀତାଫଳ, ଅଁଳା, ଦେବଦାରୁ ଆଦି ଗଛ ଲଗାଯାଇଥିଲା। ୩୫୦ରୁ ଊର୍ଦ୍ଧ୍ବ ବୃକ୍ଷରୋପଣ କରାଯାଇଥିଲା।
ଏଥିରେ ମୁଖ୍ୟଅତିଥି ଭାବେ ସମ୍ବାଦସାହିତ୍ୟଘରର ଉପଦେଷ୍ଟା ସମାଜସେବୀ ଜଗନ୍ନାଥ ମହାପାତ୍ର, ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ସୁକାନ୍ତ କୁମାର ଶତପଥୀ, ଆଇନଜୀବୀ ହରିନାରାୟଣ ବେହେରା, ରେଞ୍ଜର ଗୋପୀନାଥ ସାହୁ, କଲେଜର ଅଧ୍ୟକ୍ଷା ବିନୀତା କୃପାଞ୍ଜଳି ବାଘେଲ ଯୋଗ ଦେଇଥିଲେ। ପ୍ରିଶକ୍ଷାର୍ଥୀ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣର ମହତ୍ବ, ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ।
ଆସନ୍ତା ୧୮ତାରିଖ ରକ୍ତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ପ୍ରଶିକ୍ଷିକା ଶିଖା ଜୁବୁଲି, ଏଞ୍ଜେଲ ଜିଣ୍ଟି ରାଣୀ କାକୁଡି, ନିର୍ମଳ ପଟ୍ଟନାୟକ, ଅର୍ଚ୍ଚନା ଅନୁଗୁଳିଆ, ନିଲିମା ଗଣ୍ଡ, ସୁବ୍ରତ ପାଣିଗ୍ରାହୀ, ରବିନରୋଶନ ଲଇଛନ, ମଖିର ବେନିୟା, ବିନୀତା ନାୟକ, ଅଞ୍ଜଳି ଡାକୁଆ, ଅଂଶିତ ତ୍ରିପାଠୀ, ଅଙ୍କିତା ବିଶ୍ବାସ, ଅଙ୍କିତା ରାଉତ, କୀର୍ତ୍ତି ରଂଜନ ପତି, କଳ୍ପନା ପ୍ରିୟଦର୍ଶନୀ, ରିତାଞ୍ଜଳି ବାଘ, ନୈନା ବିଷୋଇ, ଅଜୟ ନାୟକ, ସୁଧାଂଶୁ ଶେଖର, ପାୟଲ ପଟ୍ଟନାୟକ, ସ୍ବାତୀ ବାହକଙ୍କ ସହ ୨୦୦ଛାତ୍ରୀ ଓ ୨୦ରୁ ଊର୍ଦ୍ଧ୍ବ ଛାତ୍ରୀ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ।
ସୌଜନ୍ୟ ସମ୍ବାଦ




