ରାଜ୍ୟ
Odisha Flood Alert ରାଜ୍ୟରେ ବନ୍ୟାସ୍ଥିତି: ୧୭ରେ ଉତ୍କଳ ବିଶ୍ବବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ, ଭଦ୍ରକର ୫ ବ୍ଲକ୍, ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି
ବନ୍ୟାସ୍ଥିତି ଓ ୧୭ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ ଉତ୍କଳ ବିଶ୍ବବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ। ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ଶିକ୍ଷାନୁଷ୍ଠାନ ବନ୍ଦ।

ଭୁବନେଶ୍ବର/ଭଦ୍ରକ/ମୟୂରଭଞ୍ଜ: ରାଜ୍ୟରେ ବନ୍ୟାସ୍ଥିତି ଓ ୧୭ ତାରିଖ (ସୋମବାର) ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ ଆଦି ଜିଲ୍ଲାରେ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବନ୍ଦ କରାଯାଇଛି। ଅପରପକ୍ଷରେ ବର୍ଷା ଓ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ମଧ୍ୟ ସୋମବାର ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି।
ସୌଜନ୍ୟ ସମ୍ବାଦ




