ରାଜ୍ୟ

Thipakhole Waterfall ଥିପାଖୋଲ ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ

ନୂଆପଡ଼ା ସିନାପାଲିର ଥିପାଖୋଲ ଜଳପ୍ରପାତରେ ଭାସି ୨୯ ବର୍ଷୀୟ ଯୁବକ ବସନ୍ତ ଧରୁଆ ନିଖୋଜ। ପୁଲିସ ଓ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି ରହିଛି।

ନୂଆପଡ଼ା: ସିନାପାଲି ଅନ୍ତର୍ଗତ ଥିପାଖୋଲ ଜଳପ୍ରପାତରେ ଭାସି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ଛତିଶଗଡ଼ର ଅମଲିପଦରର ବସନ୍ତ ଧରୁଆ (୨୯)। ସିନାପାଲି ପୁଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ ବସନ୍ତ କିଛି ସାଙ୍ଗ ମାନଙ୍କ ସହ ଥିପାଖୋଲ ପର୍ଯ୍ୟଟନସ୍ଥଳୀକୁ ଆସିଥିଲେ। ସେଠାରେ ବୁଲାବୁଲି କରି  ଅପରାହ୍‌ଣ ପ୍ରାୟ ୪ଟା ସମୟରେ ୩ ଜଣ ପାଣି ଭିତରକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ କୌଣସି ପ୍ରକାରେ ପାଣିରୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ। କିନ୍ତୁ ବସନ୍ତ ଆଉ ବାହାରି ପାରିଲେ ନାହିଁ। ସାଙ୍ଗ ମାନେ  ଖବର  ଦେବା  ପରେ ଖବର ପାଇ ସିନାପାଲି ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି। ହେଲେ ଖବର ଲେଖାହେବା ପର୍ଯ୍ୟନ୍ତ ସବିଶେଷ ତଥ୍ୟ ମିଳିପାରି ନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button